www.samajalive.in
Sunday, December 7, 2025
26.1 C
Bhubaneswar

ମୃତ ଗ୍ରାହକ ସେବାକେନ୍ଦ୍ର ପରିଚାଳକଙ୍କ ପରିବାରକୁ ସହାୟତା

ପିପିଲି: କଟକ ଜିଲା ଏସବିଆଇ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ସଂଘ ପକ୍ଷରୁ ବ୍ରେନ୍‌‌ ଷ୍ଟ୍ରୋକରେ ପ୍ରାଣ ହରାଇଥିବା ପିପିଲିର ସ୍ୱର୍ଗତ ମାନସ କୁମାର ଦାସଙ୍କ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଏସ୍‌‌ବିଆଇ ଶାଖା ଅଧିନସ୍ଥ ମଙ୍ଗଳପୁର ଗ୍ରାହକ ସେବା କେନ୍ଦ୍ର(ସିଏସ୍‌‌ପି)ର ପରିଚାଳକ ତଥା ନିକଟବର୍ତ୍ତୀ ଦାସପାଟଣା ଦାସସାହିର ମାନସ କୁମାର ଦାସଙ୍କର ଗତ ୧୧ ତାରିଖରେ ୩୫ବର୍ଷ ବୟସରେ ପରଲୋକ ଘଟିଥିଲା। ମୃତ୍ୟୁର ଠିକ୍‌‌ ମାସକ ପୂର୍ବରୁ ସେ ବିବାହ କରିଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

ଏହି ଦୁଃଖଦ ଖବର ପାଇ କଟକ ଜିଲା ଏସ୍‌‌ବିଆଇ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ସଂଘର ସଭାପତି ପ୍ରମୋଦ କୁମାର ସ୍ୱାଇଁ, ସାଧାରଣ ସଂପାଦକ ଅନୁପ କୁମାର ମଲ, କୋଷାଧ୍ୟକ୍ଷ ଅୟସକାନ୍ତ ସାହୁ, ଉପସଭାପତି ହରପ୍ରସାଦ ଶତପଥୀ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ ନାଥ, ସ୍ମୃତିରଞ୍ଜନ ପାଣି, ପ୍ରକାଶ କୁମାର ସିଂ, ଭବାନୀ ଶଙ୍କର ସ୍ୱାଇଁ, ଅକ୍ଷୟ କୁମାର ସାହୁ, ରବୀନ୍ଦ୍ର କୁମାର ସାହୁ, ପ୍ରତାପ ସାହୁ ପ୍ରମୁଖ ସ୍ୱର୍ଗତ ମାନସଙ୍କ ଏକାଦଶାହରେ ତାଙ୍କ ଦାସପାଟଣା ସ୍ଥିତ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ବାପା ଗୋବିନ୍ଦ ଚନ୍ଦ୍ର ଦାସ, ବଡଭାଇ ସନ୍ତୋଷ ଦାସ ଓ ବିଧବାପତ୍ନୀ ଟିକିନା ପୁଷ୍ପାଳକଙ୍କ ସମେତ ସମସ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏଥିସହ ତାଙ୍କ ବିଧବାପତ୍ନୀ ଟିକିନାଙ୍କୁ ସଂଘ ପକ୍ଷରୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବ୍ୟାଙ୍କ କିମ୍ବା ଫ୍ରାଞ୍ଚାଇଜ୍‌‌ ସଂସ୍ଥା ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା ଜଣାନଯିବା ଏପରିକି ସହାୟତା ପ୍ରଦାନ କରାନଯିବା ଘଟଣାକୁ ସଂଘ ପକ୍ଷରୁ ନିନ୍ଦା କରାଯାଇଥିଲା। ଗ୍ରାହକ ସେବା କେନ୍ଦ୍ରର ପରିଚାଳକମାନେ ଗ୍ରାହକଙ୍କୁ ସର୍ବଦା ଉତ୍ତମ ବ୍ୟାଙ୍କ ସେବା ପ୍ରଦାନ କରି ଆସୁଥିବା ବେଳେ ସେମାନଙ୍କ ସାମାଜିକ ନିରାପତ୍ତା ପ୍ରତି ଉଭୟ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସରକାର ଯତ୍ନବାନ ହେବାକୁ ସଂଘର ସଭାପତି ପ୍ରମୋଦ କୁମାର ସ୍ୱାଇଁ ଦାବି କରିଥିଲେ। ସ୍ୱର୍ଗତ ମାନସଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦୃଢ ଦାବି କରାଯାଇଛି।

- Advertisement -

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories