www.samajalive.in
Friday, December 5, 2025
20.1 C
Bhubaneswar

ଭୋଟ୍‍ ପ୍ରଚାର ବେଳେ ବିଜେଡି ଜିଲା ପରିଷଦ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ

ପିପିଲି:ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରୁଥିବା ବେଳେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ଉପରେ ସୋମବାର ସନ୍ଧ୍ୟାରେ ଆକ୍ରମଣ ହୋଇଛି। ଏଥିରେ ଶ୍ରୀ ସାହୁ ଆହତ ହୋଇଥିବା ବେଳେ ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହି ଆକ୍ରମଣ ସମୟରେ ସେଠାକୁ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ବିଜୟ କୁମାର ମହାପାତ୍ରଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଶ୍ରୀ ମହାପାତ୍ରଙ୍କ ବାମ ହାତ ଗୁରୁତର ଭାବେ ଜଖମ ହୋଇଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶ୍ରୀ ସାହୁଙ୍କ ସମର୍ଥକ ମାନେ ତେଇସିପୁର ସ୍ଥିତ ପୋଡଙ୍ଗ ଗ୍ରାମ୍ୟଛକ ନିକଟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଏକ ଘଣ୍ଟାକାଳ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡିମୋଟର ଅଟକି ରହିଥିବା ବେଳେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ପ୍ରାପ୍ତ ସୂଚନା ଅନୁଯାଇ, ସୋମବାର ସଂନ୍ଧ୍ୟାରେ ୨୪ନଂ ଜୋନ୍‍ର ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁ ନିଜର ସମର୍ଥକଙ୍କ ସହ ତେଇସିପୁର ପଞ୍ଚାୟତର ପୋଟଳ ଗ୍ରାମରେ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ହଠାତ୍‍ ବିପକ୍ଷ ଗୋଷ୍ଠୀର କେତେକ ଅସାମାଜିକ ଯୁବକ ସେଠାରେ ପହଞ୍ଚି ଶ୍ରୀ ସାହୁଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଶ୍ରୀ ସାହୁଙ୍କ ସମେତ ତାଙ୍କ ସମର୍ଥକ ଓ କର୍ମୀମାନଙ୍କୁ ଉକ୍ତ ଯୁବକମାନେ ଗୋଡାଇ ଗୋଡାଇ ନିସ୍ତୁକ ମାଡ ମାରିଥିବା ସୂଚନା ମିଳିଛି। ଏଥିରେ ଶ୍ରୀ ସାହୁ ଆହତ ହୋଇଥିବା ଜଣାଯାଇଛି।

 

- Advertisement -

ଏହି ସମୟରେ ସେଠାକୁ ଖବର ସଂଗ୍ରହ କରିଥିବା ଯାଇଥିବା ସାମ୍ବାଦିକ ବିଜୟ କୁମାର ମହାପାତ୍ରଙ୍କୁ ମଧ୍ୟ ଉକ୍ତ ଯୁବକମାନେ ଆକ୍ରମଣ କରିଥିବା ବେଳେ ଏଥିରେ ଶ୍ରୀ ମହାପାତ୍ରଙ୍କ ବାମହାତ ଗୁରୁତର ଭାବେ ଜଖମ ହୋଇଥିବା ବେଳେ ତାଙ୍କ ଛାତି, ପିଠି, ଗୋଡ ସମେତ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ଶ୍ରୀ ସାହୁଙ୍କ ସମର୍ଥକମାନେ ତେଇସିପୁର ସ୍ଥିତ ପୋଡଙ୍ଗ ଗ୍ରାମ୍ୟଛକ ନିକଟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ସଂନ୍ଧ୍ୟା ସାଢେ ୬ଟାରୁ ଅବରୋଧ କରିଛନ୍ତି। ଖବର ପାଇ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ଓ ଥାନାଧିକାରୀ ଅଭିମନ୍ୟୁ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରିବା ପରେ ସାଢେ ୭ଟାରେ ରାସ୍ତା ଅବରୋଧ ହଟିଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆକ୍ରମଣ ସଂପର୍କରେ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି। ତେବେ ସାମ୍ବାଦିକ ଶ୍ରୀ ମହାପାତ୍ରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପିପିଲି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନେ ଦାବି କରିଛନ୍ତି। ଶ୍ରୀ ମହାପାତ୍ରଙ୍କୁ ଚିକିତ୍ସା ଲାଗି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମଳିଛି।
ଅନ୍ୟପକ୍ଷରେ, ଏହା ପୂର୍ବରୁ ତେଇସିପୁର ପଞ୍ଚାୟତର ସୀମା ତଥା ସହଜପୁର ପଞ୍ଚାୟତ ଅଞ୍ଚଳରେ ଭୋଟ୍‍ ପ୍ରଚାର ସମୟରେ କେତେକ ବିଜେପି ସମର୍ଥକ ଓ କର୍ମୀଙ୍କ ଉପରେ ସୋମବାର ଅପରାହ୍ନରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ବିଜେପି ସମର୍ଥକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories