www.samajalive.in
Sunday, December 7, 2025
26.1 C
Bhubaneswar

ହାଇୱେ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟଙ୍କ ସମେତ ୬ ଗିରଫ

ପିପିଲି : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଆତଙ୍କରାଜ ଚଳାଇଥିବା ଏକ ହାଇୱେ ଲୁଟେରା ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କ ସମେତ ଚୋରା ମୋବାଇଲ୍‍ କାରବାରରେ ସଂପୃକ୍ତ ଅନ୍ୟ ୩ଜଣଙ୍କୁ ସ୍ପେଶାଲ୍‍ ସ୍କ୍ୱାର୍ଡ ସହାୟତାରେ ପିପିଲି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପିପିଲି ଥାନା କୃଷ୍ଣପୁର ଗ୍ରାମର ପବିତ୍ର କୁମାର ବେହେରା ଓରଫ ସିପୁ(୨୧), କୃଷ୍ଣପୁରରେ ରହୁଥିବା ନିମାପଡା ଥାନା ଏକମକଣା ଅଞ୍ଚଳର ଆଶୁତୋଷ ନାୟକ ଓରଫ ରିଙ୍କୁ (୧୯) ଓ ହରିଅନ୍ତା ଗ୍ରାମର ରାକେଶ କୁମାର ସ୍ୱାଇଁ ଓରଫ ପାପୁନି (୨୩)। ଏମାନଙ୍କ ଠାରୁ ଚୋରା ମୋବାଇଲ୍‍ ବିକ୍ରି କାରବାରରେ ସଂପୃକ୍ତ ଥିବା କଣାସ ଟିପୁରି ଅଞ୍ଚଳର ମୋବାଇଲ୍‍ ଦୋକାନୀ ସରଣିସେନ ସ୍ୱାଇଁ ଓରଫ ଲିପୁ (୩୦), ବ୍ରହ୍ମଗିରି ଥାନା ସାହାସପୁର ଅଞ୍ଚଳର ମନୋଜ ନାୟକ (୨୨) ଓ ଡେଲାଙ୍ଗ ଥାନା ଡାକପଡା ଅଞ୍ଚଳର ଅନିଲ କୁମାର ଖଟେଇ ଓରଫ ମଣ୍ଟୁ (୨୨)କୁ ମଧ୍ୟ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ଲୁଟରେ ବ୍ୟବହୃତ ଗୋଟିଏ କଳା ପଲ୍‍ସର ଓ ଅନ୍ୟ ଏକ ୟାମାହା ବାଇକ୍‍ ସମେତ ୮ଟି ଚୋରା ମୋବାଇଲ୍‍ ଫୋନ୍‍ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ବୁଧବାର ପିପିଲି କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୩ ତାରିଖ ମଧ୍ୟାହ୍ନ ଗୋଟାଏ ସମୟରେ ତେଇସିପୁର ପୋଡଙ୍ଗ ଗ୍ରାମର ସାଗରିକା ସାହୁ ଏକ ଅଟୋରେ ଯାଉଥିବାବେଳେ ମଙ୍ଗଳପୁର ପେଟ୍ରୋଲ ଟାଙ୍କି ନିକଟରେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ଭ୍ୟାନିଟି ବ୍ୟାଗ୍‍କୁ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଉକ୍ତ ଭ୍ୟାନିଟି ବ୍ୟାଗରେ ୨୫ହଜାର ଟଙ୍କା ସମେତ ଦରକାରୀ କାଗଜପତ୍ର ଥିଲା। ସେହିପରି ଗତ ଅଗଷ୍ଟ ୧୦ ତାରିଖ ରାତି ସାଢେ ୯ଟା ସମୟରେ ଡେଲାଙ୍ଗ ଗୁଡୁପାଇଲୋ ଗ୍ରାମର ଲିଙ୍ଗରାଜ ମଲ୍ଲିକ ବାଇକ୍‍ରେ ଘରକୁ ଫେରୁଥିବାବେଳେ ଗୁଡିଆପୋଖରୀ ବଜାର ନିକଟରେ ୩ଜଣ ଲୁଟେରା ବାଇକ୍‍ରେ ଆସି ତାଙ୍କ ମୋବାଇଲ୍‍ ଫୋନ୍‍କୁ ଲୁଟି ନେଇଥିଲେ। ସେହିପରି ନିମାପଡା ଥାନା ଚାରିଛକ ଅଞ୍ଚଳର ନବଘନ ଦାସ ଭୁବନେଶ୍ୱରରୁ ବାଇକ୍‍ରେ ଘରକୁ ଫେରୁଥିବା ବେଳେ ପିପିଲି ବାଇପାସ ରାସ୍ତାର ତରାକାଜ ଛକ ନିକଟରେ ୩ଜଣ ଲୁଟେରା ତାଙ୍କ ମୋବାଇଲ୍‍ ଫୋନ୍‍କୁ ଲୁଟି ନେଇଥିଲେ। ଏନେଇ ପିପିଲି ଥାନାରେ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିବା ବେଳେ ପୁରୀ ଏସ୍‍ପି ଅଖିଳେଶ୍ୱର ସିଂହଙ୍କ ନିର୍ଦ୍ଦେଶରେ ସ୍ପେଶାଲ୍‍ ସ୍କ୍ୱାର୍ଡ ସହାୟତାରେ ପିପିଲି ପୁଲିସ ଉପରୋକ୍ତ ୩ଟି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ପବିତ୍ର କୁମାର ବେହେରା, ଆଶୁତୋଷ ନାୟକ ଓ ରାକେଶ କୁମାର ସ୍ୱାଇଁକୁ ଗିରଫ କରିବାରେ ସଫଳ ହୋଇଥିଲା। ଉକ୍ତ ଅଭିଯୁକ୍ତମାନେ ମୋବାଇଲ୍‍ ଫୋନ୍‍ ଲୁଟିବା ପରେ ସେଗୁଡିକୁ କଣାସ ଥାନା ଟିପୁରି ଅଞ୍ଚଳର ମୋବାଇଲ୍‍ ଦୋକାନୀ ସରଣିସେନ୍‍ ସ୍ୱାଇଁଙ୍କୁ ବିକ୍ରି କରୁଥିବା ଓ ସରଣିସେନ୍‍ ଚୋରା ମୋବାଇଲ୍‍କୁ ଅନ୍ୟ ମାନଙ୍କୁ ବିକ୍ରି କରୁଥିବା ସୂଚନା ମିଳିଛି। ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରା ମୋବାଇଲ୍‍ କିଣିଥିବା ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲେ। ଏହି ଗ୍ୟାଙ୍ଗ ଅନ୍ୟ କେଉଁ କେଉଁ ମାମଲାରେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଥିବା ଆଇଆଇସି ଶ୍ରୀପୃଷ୍ଟି ସୂଚନା ଦେଇଛନ୍ତି। ତେବେ ଚଳିତ ମାସରେ ଘଟିଥିବା ୪ଟି ଲୁଟ୍‍ ଘଟଣାର ତଦନ୍ତ ଚାଲିଥିବା ବେଳେ ଖୁବ୍‍ ଶିଘ୍ର ଅପରାଧିମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories