www.samajalive.in
Sunday, December 14, 2025
26.1 C
Bhubaneswar

ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯାଉ

ପିପିଲି : ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯାଉ। ରାଜ୍ୟରେ ଥିବା ୪୦ବର୍ଷରୁ ଅଧିକ ବୟସର ମହିଳା ଓ ୫୦ବର୍ଷରୁ ଉର୍ଦ୍ଧ୍ଵ ବୟସର ପୁରୁଷ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁୁ ମାସିକ ୧୨ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ସହ ଭୂମିହୀନ କାରିଗରଙ୍କୁ ଘରବାରି ଜମି ପ୍ରଦାନ, ପିଲାଙ୍କୁ ଛାତ୍ରବୃତ୍ତି, ବିନା ସୁଧରେ ଋଣ, ଜୀବନ ବୀମା, ରାଜଧାନୀରେ ସାମୟିକ ରହଣୀ ପାଇଁ କାରିଗର ହଷ୍ଟେଲ ନିର୍ମାଣ, କାରିଗର କଲ୍ୟାଣ ପାଣ୍ଠି ଗଠନ, ରାସ୍ତା କଡରେ ଥିବା ଶିଳ୍ପୀ ଓ ବୟନ ଗ୍ରାମ ଚିହ୍ନଟ ପାଇଁ ସାଇନ୍‌‌ବୋର୍ଡ ବ୍ୟବସ୍ଥା କରାଯିବା, ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ କଡରେ କାରିଗର ହାଟ ଓ ନୂତନ ଶିଳ୍ପୀ ଗ୍ରାମ ଘୋଷଣା କରାଯିବା, ବୁଣାକାରଙ୍କୁ ରିହାତି ଦରରେ ଟସର, ସୂତା, ରଙ୍ଗ ଏବଂ ରାଜ୍ୟର ପ୍ରସ୍ତର କାରିଗରଙ୍କୁ ସ୍ୱଳ୍ପ ମୂଲ୍ୟରେ ଉପଯୁକ୍ତ କାରିଗରୀ ପଥର ଯୋଗାଇ ଦେବାକୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଦାବି କରାଯାଇଛି।
ପିପିଲିଠାରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ବୁଧବାର ପୁରୀ ଜିଲା ହସ୍ତଶିଳ୍ପୀ ଓ ବୁଣାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ଉଦୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦ୍ମବିଭୂଷଣ ସୁଦର୍ଶନ ସାହୁ, ସଦସ୍ୟ ଜବାର ଖାନ୍, ବିଶିଷ୍ଟ ସ୍ଥପତି ପଦ୍ମଶ୍ରୀ ପ୍ରଭାକର ମହାରାଣା, ଲାଇଭଲିହୁଡ ଅଲଟରନେଟିଭ୍ ର ମୁଖ୍ୟ ସମ୍ବିତ କୁମାର ତ୍ରିପାଠୀ, ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ଉମାପତି ବେହେରା, ଉତ୍କଳିକା ସଭାପତି ଦେବସ୍ମିତା ସାହୁ, ଡିସିଏଚ୍‌‌ ସହ ନିର୍ଦ୍ଦେଶକ ଏ.କେ ହୋତା, ପିପିଲି ପୌରାଧ୍ୟକ୍ଷ ସେକ୍ ବାବୁ, ସମାଜସେବୀ ଶିଶିର ସାହୁ, ପିପିଲିର ବର୍ଷିଆନ ଚାନ୍ଦୁଆ ଶିଳ୍ପୀ କୁଞ୍ଜବିହାରୀ ମହାପାତ୍ର, ଶରଣ ମହାପାତ୍ର. ମହାସଂଘର ପୁରୀ ଜିଲା ସଭାପତି ଶରତ ପ୍ରଧାନ, ଚାନ୍ଦୁଆ ଶିଳ୍ପୀ ଉମେଶ ମହାପାତ୍ର, ରମେଶ ଚନ୍ଦ୍ର ମହାପାତ୍ର୍ର, ବରିଷ୍ଠ ବୁଣାକାର ଜମ୍ବେଶ୍ୱର ବେହେରା, ଲେଖକ ଦେବୀ ପ୍ରସନ୍ନ ନନ୍ଦ, ଡ଼ଃ ଅନିତା ସାବତ ପ୍ରମୁଖ ଯୋଗଦେଇ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ବିଭିନ୍ନ ସମସ୍ୟା ଓ ଦାବି ସଂପର୍କରେ ଆଲୋକପାତ କରିଥିଲେ।
ରାଜ୍ୟର ବରିଷ୍ଠ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କୁ ମାସିକ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ନେଇ ୨୦୧୯ ମାର୍ଚ୍ଚ ୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନଥିବା ସଂପର୍କରେ ମହାସଂଘ ପକ୍ଷରୁ ଅଭିଯୋଗ କରା ଯାଇଥିଲା । ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ ଦୁର୍ଘଟଣା ମୃତ୍ୟୁ ପାଇଁ ୪ଲକ୍ଷ ଓ ସାଧାରଣ ମୃତ୍ୟୁ ପାଇଁ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଏହି ସହାୟତା ଅଣସଂଗଠିତ କଲ୍ୟାଣ ବୋର୍ଡ ମାଧ୍ୟମରେ ନକରି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ କରିବାକୁ ମହାସଂଘର ସଭାପତି ଉଦୟ ମହାନ୍ତି ଦାବୀ କରିଥିଲେ। ମହାସଂଘର ସଂପାଦକ ପ୍ରିୟରଞ୍ଜନ କର ବିବରଣୀ ପାଠ କରିବା ଅବସରରେ ଭୁବନେଶ୍ୱର ସ୍ଥିତ ୱାର୍ଲଡ୍‌‌ ସ୍କିଲ ସେଣ୍ଟର ପକ୍ଷରୁ ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଉଦ୍ୟୋଗୀ ଭାବେ ଗଢି ତୋଳିବା ଦିଗରେ ବିଶେଷ ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ବିଧାୟକ ଶ୍ରୀମହାରଥୀ ଓ ସମୀର ରଞ୍ଜନ ଦାଶ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତକୁ ଉଚ୍ଚ ପ୍ରଶଂସା କରିବା ସହ ମହାସଂଘର ଦାବୀ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ମହାସଂଘର ସଂପାଦକ ଶ୍ରୀକର ସଭା ପରିଚାଳନା କରିଥିବା ବେଳେ ପୁରୀ ଜିଲା ସଭାପତି ଶରତ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପିପିଲିର ବିଶିଷ୍ଟ ଚାନ୍ଦୁଆ ପ୍ରସ୍ତୁତକର୍ତ୍ତା ରମେଶ ମହାପାତ୍ର, ବେଣୁଧର ମହାପାତ୍ର, ପ୍ରଦୀପ ମହାପାତ୍ର, ସେକ୍ ବାନିୟାନି, ଅଜୟ ମହାପାତ୍ର, ଉମେଶ ମହାପାତ୍ର, ସନ୍ତୋଷ ମହାପାତ୍ର, ଗୟାସ ଉଦ୍ଦିନ ସା, ଚନ୍ଦନ କୁମାର ଦାସ, ଅତାର ଅଲ୍ଲୀ ସା, ଜୁମନ ଖାନ, ଅଶୋକ କୁମାର ସ୍ୱାଇଁ, ପ୍ରଶାନ୍ତ ବେହେରା, ବାସନ୍ତି ନାୟକ, ଗଗନ ମହାରଣା, ପ୍ରଣତି ଦାସ, ସରୋଜିନି ଦାସ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଦେଢ ହଜାରରୁ ଉର୍ଦ୍ଧ ହସ୍ତଶିଳ୍ପୀ ଓ ବୁଣାକାର ଯୋଗ ଦେଇଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories