bjd gruha runa

ପିପିଲିରେ ରାଜନୈତିକ ହିଂସା: ପ୍ରଚାର ବେଳେ ବିଜେପି ନେତ୍ରୀ ଓ ବୁଥ୍‍ ସଭାପତିଙ୍କୁ ଆକ୍ରମଣ ଅଭିଯୋଗ

ବୁଥ୍‍ ସଭାପତିଙ୍କୁ ସୁରକ୍ଷା ଓ ପୁଲିସ୍‍ ପାଟ୍ରୋଲିଂକୁ ବ୍ୟାପକ କରାଯାଉ, ଦୋଷୀଙ୍କୁ ତୁରନ୍ତ ଗିରଫ କରାନଗଲେ ଜୋରଦାର ଆନ୍ଦୋଳନ

BJD Bijuli 480×75 Mob

ପିପିଲି:ପିପିଲି ଉପନିର୍ବାଚନକୁ ଆଉମାତ୍ର ୭ଦିନ ବାକି ରହିଥିବା ବେଳେ ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଇଛି। ତେବେ ଆଜି ସହଜପୁର ପଞ୍ଚାୟତର ରାଇଗୁରପୁର ଗ୍ରାମରେ ବିଜେପି ପକ୍ଷରୁ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର ସମୟରେ ବିଜେପି ନେତ୍ରୀ ଓ ବୁଥ୍‍ ସଭାପତିଙ୍କୁ ଆକ୍ରମଣ କରାଯିବା ସହ ହତ୍ୟାଧମକ ଦିଆଯାଇଛି। ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ରଶ୍ମିରେଖା ଦାସ ଓ ବୁଥ୍‍ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଓ ତାଙ୍କ ସହଯୋଗୀମାନେ ଆକ୍ରମଣ କରିବା ସହ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଚ କରି ହତ୍ୟାଧମକ ଦେଇଥିବା ସଂପର୍କରେ ପୁଲିସରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆକ୍ରମଣକାରୀକୁ ତୁରନ୍ତ ଗିରଫ କରାଯିବା ସହ ଆକ୍ରମଣରେ ଶିକାର ହୋଇଥିବା ସରୋଜଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଅଭିଯୁକ୍ତକୁ ଗିରଫ କରାନଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଚେତାବନୀ ଦେଇଛନ୍ତି।


ସୂଚନା ଅନୁଯାଇ, ରାଇଗୁରପୁର ଗ୍ରାମରେ ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ, ବୁଥ୍‍ ସଭାପତି ସରୋଜ ସେଠୀ ପ୍ରମୁଖ ଦଳୀୟ କର୍ମକର୍ତ୍ତାଙ୍କ ସହ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅପରାହ୍ଣ ଗୋଟାଏ ସମୟରେ ସେହିଗ୍ରାମର ବିଜେଡିର କର୍ମୀ କୁହାଯାଉଥିବା ଲିଙ୍ଗରାଜ ସ୍ୱାଇଁ ଓ ତାଙ୍କ ସହଯୋଗୀମାନେ ଅଚାନକ ସେଠାରେ ପହଞ୍ଚି ବିଜେପି ନେତ୍ରୀ ରଶ୍ମିରେଖା ଓ ସରୋଜଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ସରୋଜ ପିପିଲି ପୁଲିସରେ ଅତିରିକ୍ତ ଏସ୍‍ପି, ଏସ୍‍ଡିପିଓଙ୍କ ସମ୍ମୁଖରେ ଆଇଆଇସିଙ୍କୁ ଲିଖିତ ଅଭିଯୋଗ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ମୁଖପାତ୍ର ବିରଞ୍ôଚ ନାରାୟଣ ତ୍ରିପାଠୀ, ଉମାକାନ୍ତ ଦାଶ, ମହିଳା ନେତ୍ରୀ ସୁମିତ୍ରା ପାଣି, ତିଳୋତମା ବାରିକ, ସଂଯୁକ୍ତା ମିଶ୍ର, ପ୍ରବୀଣା ମହାପାତ୍ର, ବରିଷ୍ଠ ନେତା ଓମ୍‍ ପ୍ରକାଶ ମିଶ୍ର, ଯୁବ ମୋର୍ଚ୍ଚା ନେତା ପ୍ରିତେଶ ବହିଦାର, ସଂଖ୍ୟା ଲଘୁ ମୋର୍ଚ୍ଚା ନେତା ସେକ୍‍ ମୁଜାହିଦ, ମହମ୍ମଦ ସବୀର, ସେକ୍‍ ନାସିଦ ପ୍ରମୁଖଙ୍କ ଉପସ୍ଥିତିରେ ସରୋଜ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଏ ଦିଗରେ ପୁଲିସ ପ୍ରଶାସନ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହ ଶାନ୍ତିପୂର୍ଣ୍ଣଭାବେ କିପରି ନିର୍ବାଚନ ହେବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ବିଜେପି ଦାବୀ କରିଛି। ବିଶେଷ କରି ସହଜପୁର ପଞ୍ଚାୟତରେ ପୋଲିସ ପେଟ୍ରୋଲିଂକୁ ବ୍ୟାପକ କରାଯିବା ଓ ବୁଥ ସଭାପତି ଶ୍ରୀସେଠୀ ଓ ତାଙ୍କ ପରିବାରକୁ ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ଯୋଗାଇ ଦେବାପାଇଁ ଦଳ ପକ୍ଷରୁ ଦାବି କରାଯାଇଛି। ଏନେଇ ପୁଲିସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସଂନ୍ଧ୍ୟାରେ ପୁରୀ ଏସ୍‍ପି ଥାନାରେ ପହଞ୍ôଚ ଘଟଣାର ସଂପର୍କରେ ପଚରାଉଚୁରା କରିଥିଲେ।
ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଥିବାରୁ ଉପନିର୍ବାଚନକୁ ହାତେଇବା ପାଇଁ ଶାସକ ଦଳର କର୍ମୀମାନେ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରୁଛନ୍ତି ବୋଲି ପ୍ରଭାତୀ ପରିଡା ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଗତ ୨ ତାରିଖରେ ମଧ୍ୟ ସମାଜ ଢଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ସେହି ସ୍ଥାନରେ ଆକ୍ରମଣ କରାଯାଇଥିଲା। ଉକ୍ତ ଗ୍ରାମରେ ପୁଲିସ ତା’ର ପେଟ୍ରୋଲିଂକୁ ଜୋରଦାର କରିବା ନେଇ ପ୍ରତିଶୃତି ଦେଇଥିବା ବେଳେ ଶାସକ ଦଳ ଚାପରେ ପୋଲିସ ତା’ର କାର୍ଯ୍ୟ ସଠିକ୍ ଢଙ୍ଗରେ କରୁନଥିବା ରଶ୍ମିରେଖା ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି।

Comments are closed.