www.samajalive.in
Sunday, December 7, 2025
23.1 C
Bhubaneswar

୫ମ ପର୍ଯ୍ୟାୟ ମତଦାନ – ଜାଣନ୍ତୁ କେଉଁଠି କେତେ ଆସନ ଓ ଭୋଟର

ଡେସ୍କ: ଆସନ୍ତାକାଲି ହେବାକୁ ଥିବା ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଏଥିରେ ୩୯ଟି ସାଧାରଣ, ୩ଟି ଅନୁସୂଚିତ ଜନଜାତି ଓ ୭ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନ ପାଇଁ ମତଦାନ ହେବ। ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ କେତେକ ନିର୍ବାଚନ ମଣ୍ଡଳୀରେ ସନ୍ଧ୍ୟା ୫ଟା ଓ ସନ୍ଧ୍ୟା ୬ଟାରେ ମତଦାନ ଶେଷ ହେବ। ଏହି କ୍ରମରେ ସୋମବାର ଓଡ଼ିଶାର ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିରେ ୨୧ଟି ସାଧାରଣ, ୮ଟି ଅନୁସୂଚିତ ଜନଜାତି ଓ ୬ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନ ପାଇଁ ମତଦାନ ହେବ।

‘ଚନ୍ଦୁ ଚାମ୍ପିଅନ୍‌’ ଟ୍ରେଲରର ପ୍ରଶଂସକ ପାଲଟିଲେ କ୍ୟାଟ୍ରିନା; କହିଲେ, ଅପେକ୍ଷା କରି​‌ପାରିବି ନାହିଁ..

- Advertisement -

୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ହଜାର ୭୩୨ଟି ମତଦାନ କେନ୍ଦ୍ରରେ ୮ କୋଟି ୯୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ଓ ସେଥି ପାଇଁ ପ୍ରାୟ ୯ ଲକ୍ଷ ୪୭ ହଜାର ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି। ମୋଟ ୮ କୋଟି ୯୫ ଲକ୍ଷରୁ ଅଧିକ ଭୋଟରଙ୍କ ମଧ୍ୟରେ ୪ କୋଟି ୬୯ ଲକ୍ଷ ପୁରୁଷ, ୪ କୋଟି ୨୬ ଲକ୍ଷ ମହିଳା ଓ ୫ ହଜାର ୪୦୯ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

ଏସି ଓ ଫ୍ୟାନ୍ ଏକାଠି ଚାଲିବା ଦ୍ବାରା ଶୀଘ୍ର ଥଣ୍ଡା ହୁଏ କି ଘର ? ଜାଣନ୍ତୁ…

ଏହି ପର୍ଯ୍ୟାୟରେ ୮୫ ବର୍ଷରୁ ଅଧିକ ବୟସର ୭ ଲକ୍ଷ ୮୧ ହଜାର, ୧୦୦ ବର୍ଷରୁ ଅଧିକ ବୟସର ୨୪ ହଜାର ୭୯୨ ଭୋଟର ଏବଂ ୭ ଲକ୍ଷ ୩ ହଜାର ଦିବ୍ୟାଙ୍ଗ ଭୋଟର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କ ଘରେ ବସି ମତଦାନ କରିବାର ବିକଳ୍ପ ପ୍ରଦାନ କରାଯାଇଛି।

ସୋମବାର ୫ମ ପର୍ଯ୍ୟାୟ ମତଦାନ – ପ୍ରସ୍ତୁତି ଚୂଡାନ୍ତ

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories