ଚତୁର୍ଥ ବର୍ଷରେ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ, ଜମି ଓ କର୍ମଚାରୀ ଅଭାବ

ଭୁବନେଶ୍ୱର : ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ୨୦୨୦ରେ ରାଜ୍ୟରେ ୮ଟି ନୂତନ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଖୋଲାଯାଇଥିଲା। ପୁରୀ ଜିଲାର ବାଲିଗୁଆଳି ନିକଟରେ ୨୦୨୦ରେ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଖୋଲାଯାଇଥିଲା । ୪ବର୍ଷ ପରେ ନୂତନ କରି ଖୋଲିଥିବା ସମସ୍ତ ଭେଷଜ ମହାବିଦ୍ୟାଳୟଠାରୁ ବିଭିନ୍ନ କ୍ଷେତ୍ରରେ ବହୁ ପଛରେ ପଡ଼ିଯାଇଛି । ଏହି ଭେଷଜ ମହାବିଦ୍ୟାଳୟକୁ ବିଭିନ୍ନ ମାନ୍ୟତା ମିଳିବାରେ ଅସୁବିଧା ପରିଲକ୍ଷିତ ହୋଇଛି
ସୂଚନା ମୁତାବକ, ୨୦୧୫ରେ ଜିଲାରେ ନୂତନ ଭେଷଜ ମହାବିଦ୍ୟାଳୟର ଆବଶ୍ୟକତ କତାକୁ ଅନୁଭବ କରି ତତ୍କାଳୀନ ସରକାର ବାଲି ଲିଗୁଆଳି ନିକଟରେ ଏକ ଭେଷଜ ମହାବିଦ୍ୟାଳୟ ୟ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା I ଶ୍ରୀଜଗନ୍ନାଥଙ୍କ ନାମରେ ଏହି ମହା ମହାବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

 

କରୋନା ମହାମାରୀ ବେଳେ ଏହା କୋଭିଡ ଡାକ୍ତରଖାନା ଭାବେ କାର୍ଯ୍ୟ କରିଥିଲା । । କରୋନା ଯୋଗୁ ଏହା ୧ବର୍ଷ ବିଳମ୍ବରେ ଅର୍ଥାତ୍ ୨୦୨୧ ଏପ୍ରିଲରେ କାର୍ଯ୍ୟକ୍ଷମ ହୋଇ ପ୍ରାୟ ୧ଶହ ସିଟରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯାଇ ପଢ଼ା ଆରମ୍ଭ ହୋଇଥିଲା । ୨୦୨୧ରେ ଏହାର ମାନ୍ୟତା ପାଇଁ ନୂଆଦିଲ୍ଲୀରୁ କିଛି ଅଧୂକାରୀ ଆସି ମହାବିଦ୍ୟାଳୟରେ ଥ‌ିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ପରିଦର୍ଶନ କରିଥିଲେ । ଏହି ଭେଷଜ ମହାବିଦ୍ୟାଳୟର ଜମି ସମସ୍ୟା ଯୋଗୁ ବିଭିନ୍ନ ମାନ୍ୟତା ମିଳିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ପ୍ରାୟ ୨୫ ଏକର ମହାପ୍ରଭୁଙ୍କ ଜମିରେ ନିର୍ମାଣ ହୋଇଥିବା ଏହି ମହାବିଦ୍ୟାଳୟର ମାଲିକାନା ସ୍ୱତ୍ଵ ବର୍ତ୍ତମାନ ସୁଦ୍ଧା ଭେଷଜ ମହାବିଦ୍ୟାଳୟ ନାମରେ ହୋଇପାରିନାହିଁ । ମହାବିଦ୍ୟାଳୟର ମାନ୍ୟତା ସହ ଅନ୍ୟାନ୍ୟ ସୁବିଧା ହାସଲରେ ଏହା ବହୁ ପଛରେ ପଡ଼ିଯାଇଛି । ମହାବିଦ୍ୟାଳୟରେ କର୍ମଚାରୀ ଅଭାବ ଅନ୍ୟ ଏକ ମୁଖ୍ୟ ସମସ୍ୟା ପାଲଟିଛି ।

 

ବିଭିନ୍ନ ବିଭାଗରେ ୨୮ଟି କନିଷ୍ଠ କିରାଣି, ୮ଟି ବରିଷ୍ଠ କିରାଣି ଏବଂ ଜଣେ ସେକ୍ସନ ଅଧିକାରୀଙ୍କ ପଦବୀ ଆରମ୍ଭରୁ ଖାଲି ପଡ଼ିଛି। କିଛି ଅବସରପ୍ରାପ୍ତ କର୍ମଚାରୀ ଏବଂ ସହାୟକଙ୍କୁ ନେଇ କାମଚଳା କାର୍ଯ୍ୟ ଚାଲୁଛି ବୋଲି ସୂଚନା ମିଳିଛି। ଏନେଇ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଅଧ୍ଯକ୍ଷା ପ୍ରଫେସର ଡ. ସବିତା ମହାପାତ୍ର ମହାପାତ୍ର କହନ୍ତି, ସେ 909៣ ନଭେମ୍ବରରେ ଏହି ମହାବିଦ୍ୟାଳୟରେ ଅଧ୍ଯକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଛି । । କାର୍ଯ୍ୟଭାର ଗ୍ରହଣ ବେଳେ ଳ ମହାବିଦ୍ୟାଳୟର ମହାବି ବିଭିନ୍ନ ସମସ୍ୟା ଥିଲା । ଅନେ ସମସ୍ୟା ଦୂର ହୋଇଛି। ପ୍ରଶାସନିକ କାର୍ଯ୍ୟ ଏବଂ ବିଭିନ୍ନ ମାନ୍ୟତା ପାଇଁ କର୍ମଚାରୀ ଏବଂ ମହାବିଦ୍ୟାଳୟର ଜମି ସମସ୍ୟା ଦୂର ହୋଇ ପାରିଲେ, ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ରାଜ୍ୟ ସ୍ତରରେ ଏକ ସୁନାମଧନ୍ୟ ମହାବିଦ୍ୟାଳୟରେ ପରିଣତ ହୋଇପାରିବ ।

Comments are closed.