www.samajalive.in
Sunday, December 14, 2025
19.1 C
Bhubaneswar

୫ମ ପର୍ଯ୍ୟାୟ ମତଦାନ – ସୁରକ୍ଷା ବ୍ୟବସ୍ଥା କଡାକଡି

ଡେସ୍କ: ଆସନ୍ତାକାଲି ହେବାକୁ ଥିବା ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଏ ନେଇ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୭ଟି ସ୍ୱତନ୍ତ୍ର ଟ୍ରେନ୍ ଓ ୫୦୮ଟି ହେଲିକପ୍ଟର ଯୋଗେ ମତଦାନ ଓ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଏହାଛଡା ୧୫୩ ଜଣ ପର୍ଯ୍ୟବେକ୍ଷକଙ୍କୁ ପଞ୍ଚମ ପର୍ଯ୍ୟାୟ ପାଇଁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ୫୫ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୩୦ ଜଣ ପୁଲିସ ପର୍ଯ୍ୟବେକ୍ଷକ ଓ ୬୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ଅଛନ୍ତି। ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି।

ଭାରତର ସବୁଠୁ ଦାମୀ ମୋଟରସାଇକେଲ, ଏହି ଦାମରେ ମିଳିବ ଅନେକ କାର୍

- Advertisement -

ପଞ୍ଚମ ପର୍ଯ୍ୟାୟ ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ଲାଗି ନିର୍ବାଚନ ଆୟୋଗ ୨ ହଜାର ଫ୍ଲାଇଂ ସ୍କ୍ୱାଡ୍, ୨ ହଜାର ୧୦୫ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍, ୮୮୧ଟି ଭିଡିଓ ସର୍ଭିଲାନ୍ସ ଟିମ୍ ଏବଂ ୫୦୨ଟି ଭିଡିଓ ଭ୍ୟୁଇଂ ଟିମ୍ ଜରିଆରେ ୨୪ ଘଣ୍ଟିଆ ନଜର ରଖିଛନ୍ତି। ଅନ୍ୟପକ୍ଷରେ ୨୧୬ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ଓ ୫୬୫ଟି ଆନ୍ତଃରାଜ୍ୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ, ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ଦେବେ ଗୁରୁ ମନ୍ତ୍ର

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories