www.samajalive.in
Monday, December 15, 2025
16.1 C
Bhubaneswar

ବିଶାଳ ବାଇକ ରାଲିରେ ଯୋଗଦେଲେ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟା

ସମ୍ବଲପୁର: ସମ୍ବଲପୁରର ଲୋକସଭା ଆସନ ଓ ବିଧାନସଭା ଆସନ ପାଇଁ ଆସନ୍ତା ୨୫ ତାରିଖରେ ମତଦାନ ହେବ। ନିର୍ବାଚନୀ ପ୍ରଚାର ପାଇଁ ସମୟ ସରି ଆସୁଥିବାବେଳେ ରାଜ୍ୟର ହଟ୍ ସିଟ୍ ସମ୍ବଲପୁରକୁ ଏବେ ବିଜେପିର କେନ୍ଦ୍ରୀୟ ନେତାମାନଙ୍କର ସୁଅ ଛୁଟିଛି। ଏହି କ୍ରମରେ ବିଜେପିର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟାଙ୍କ ନେତତୃରେ ଶକ୍ତି ପ୍ରଦର୍ଶନ କରାଯାଇ ଦଳର ପ୍ରଚାର ପାଇଁ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ରବିବାର ସମ୍ବଲପୁରର ଅଇଁଠାପାଲି ଛକସ୍ଥିତ ପିଏଚଡି ପଡ଼ିଆରୁ ଶହ ଶହ ସଂଖ୍ୟାରେ ବାଇକ ସହିତ ଯୁବମୋର୍ଚ୍ଚାର ସଦସ୍ୟମାନେ ଦଳ ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେଇ ଆଗକୁ ବଢ଼ିଥିଲେ। ଏହି ରାଲି ଅଇଁଠାପାଲିରୁ ବାହାରି ବୁଢ଼ାରଜା, ଫାଟକ, ଜିଏମ କଲେଜ ଛକ, ଲକ୍ଷ୍ମୀ ଟକିଜ ଛକ, ଜିଲାସ୍କୁଲ ଛକ, ଭୂତାପଡ଼ା ଛକ, ଜେଲଖାନା ଛକ, ଚରଭାଟି ଛକ, ଗୋବିନ୍ଦତୋଲା ଦେଇ ଧନୁପାଲି ଛକରେ ପହଞ୍ଚିଥିଲା। ଏହି ଅବସରରେ ତେଜସ୍ୱୀ ସୂର୍ଯ୍ୟା କହିଛନ୍ତି ଯେ, ଏଥର ସାରା ଦେଶରେ ଯୁବ ସମାଜ ମୋଦୀ ସରକାରଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ମନସ୍ଥ କରି ସାରିଛି। ବିଗତ ୨୪ ବର୍ଷରେ ଓଡ଼ିଶାରେ ଯେତେ ଉନ୍ନତି ଓ ପରିବର୍ତ୍ତନ ହେବା କଥା, ତାହା ହୋଇ ପାରିନାହିଁ। ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଏଥର ପରିବର୍ତ୍ତନ ସୁନିଶ୍ଚିତ। ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ ବୋଲି ଶ୍ରୀ ସୂର୍ଯ୍ୟା କହିଛନ୍ତି। ଏହି ବିଶାଳ ରାଲିରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତିଙ୍କ ସମେତ ଅନେକ ପଦାଧିକାରୀ ଓ କର୍ମୀମାନେ ଉପସ୍ଥିତ ରହି ବିଜେପି ପାଇଁ ଭୋଟ୍ ଭିକ୍ଷା କରିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories