ଖୁବ ଶୀଘ୍ର ବଜାରକୁ ଆସିବ ରୟାଲ ଏନଫିଲ୍ଡ କ୍ଲାସିକ୍ ୬୫୦, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଯଦି ଆପଣ ନିକଟ ଭବିଷ୍ୟତରେ ରୟାଲ ଏନଫିଲ୍ଡର ନୂଆ ମୋଟରସାଇକେଲ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଦେଶୀ ମୋଟରସାଇକେଲ ନିର୍ମାତା କମ୍ପାନୀ ଆଗାମୀ ମାସରେ ରୟାଲ ଏନଫିଲ୍ଡ କ୍ଲାସିକ୍ ୬୫୦ ଟ୍ବିନର ବଜାର ପ୍ରବେଶ କରାଇବା ପାଇଁ ପ୍ରସ୍ତୁତ ହେଉଛି । ନିକଟରେ କ୍ଲାସିକ୍ ୬୫୦ ଟ୍ବିନର ସ୍ପାଇ ସଟ୍ସ ଅନଲାଇନ୍ ଲିକ୍ ହୋଇଛି । କହିରଖୁଛୁ ୬୫୦ ସିସି ସେଗମେଣ୍ଟରେ ରୟାଲ ଏନଫିଲ୍ଡ ପାଖରେ ପର୍ବରୁ ହିଁ କଣ୍ଟିନେଣ୍ଟାଲ ଜିଟି ୬୫୦, ଇଣ୍ଟରସେପ୍ଟର ୬୫୦, ସୁପର ମିଟିୟୋର ୬୫୦ ଏବଂ ସଟଗନ୍ ୬୫୦ ସାମିଲ । ଆସନ୍ତୁ ଜାଣିବା ରୟାଲ ଏନଫିଲ୍ଡ କ୍ଲାସିକ୍ ୬୫୦ ଟ୍ବିନର ସମ୍ଭାବିତ ଫିଚର୍ସ ସମ୍ପର୍କରେ…

କହିରଖୁଛୁ ଅପକମିଂ ରୟାଲ ଏନଫିଲ୍ଡ କ୍ଲାସିକ୍ ୬୫୦ ଟ୍ବିନରେ କମ୍ପାନୀର ପପୁଲାର କ୍ଲାସିକ୍ ୩୫୦ ଭଳି ଅନେକ ଫିଚର୍ସ ମିଳିବ । ଅନ୍ୟପଟେ ରୟାଲ ଏନଫିଲ୍ଡ କ୍ଲାସିକ୍ ୬୫୦ ଟ୍ବିନରେ ଫିଚର୍ସ ରୂପେ ସିଲଭର କେସିଂ, ପାଇଲଟ୍ ଲ୍ୟାମ୍ପ ଏବଂ ସିଙ୍ଗଲ ପିସ୍ ସିଟ୍ ସେଟଅପ୍ ସହିତ ଏକ ଗୋଲାତାର ଏଲଇଡି ହେଡଲ୍ୟାମ୍ପ ଦିଆଯାଇପାରେ । ସେହିଭଳି କ୍ଲାସିକ୍ ୬୫୦ ଟ୍ବିନରେ ପାଓ୍ବରଟ୍ରେନ୍ ରୂପେ ୬୪୮ ସିସି ପାରାଲାଲ୍ ଟ୍ବିନ୍ ସିଲିଣ୍ଡର ଇଞ୍ଜିନ ଦିଆଯିବ ଯାହା ୪୭ ବିଏଚପିର ସର୍ବାଧିକ ପାଓ୍ବର ଆଉଟପୁଟ୍ ଏବଂ ୫୨ ଏନଏମର ପିକ୍ ଟର୍କ ଦେବ । ବାଇକର ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯିବ ।

୫ମ ପର୍ଯ୍ୟାୟ ମତଦାନ – ଜାଣନ୍ତୁ କେଉଁଠି କେତେ ଆସନ ଓ ଭୋଟର

ଯଦି ଦାମ୍ କଥା କହିବା ତ ଆସୁଥିବା ରୟାଲ ଏନଫିଲ୍ଡ କ୍ଲାସିକ୍ ୬୫୦ ଟ୍ବିନ ପାଇଁ ଗ୍ରାହକଙ୍କୁ ୩.୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ଯଦିଓ ରେଟ୍ରୋ ରୋଡଷ୍ଟରର ଫ୍ରଣ୍ଟରେ ଟେଲିସ୍କୋପିଂ ଫୋର୍କ୍ସ ଏବଂ ରିୟରରେ ଡୁଆଲ ଶକ୍ ଅବର୍ଜଭର ରହିବ । ସେହିଭଳି ବାଇକରେ ଡୁଆଲ ଚ୍ୟାନେଲ୍ ଏବିଏସ୍ ସିଷ୍ଟମ ସପୋର୍ଟେଡ୍ ଫ୍ରଣ୍ଟ ଏବଂ ରିୟର ଡିସ୍କ ବ୍ରେକ୍ ଦିଆଯିବ । ଏହା ବ୍ୟତୀତ କମ୍ପାନୀ ଆଗାମୀ ମାସରେ ଏକ ନୂଆ ରେଟ୍ରୋ ନେକେଡ୍ ରୋଡଷ୍ଟର ବାଇକ୍ ଲଞ୍ଚ୍ କରିବାକୁ ଯାଉଛି ଯାହାକୁ ଟେଷ୍ଟିଂ ସମୟରେ ଅନେକ ଥର ଦେଖିବାକୁ ମିଳିଛି । ଏହା ରୟାଲ ଏନଫିଲ୍ଡ ଗୁରିଲ୍ଲା ୪୫୦ ହୋଇପାରେ ।

Comments are closed.