www.samajalive.in
Sunday, December 7, 2025
18.1 C
Bhubaneswar

ଧାର୍ମିକ ଗୁଣ ସହ ଔଷଧୀୟ ଗୁଣରେ ଭରପୂର ଏହି ବୃକ୍ଷ

ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ହିନ୍ଦୁମାନେ ପୂଜା କରିଥାଆନ୍ତି। ଏହାର ଅନେକ ଧାର୍ମିକ ମହତ୍ତ୍ବ ରହିଛି। ଏହା ବ୍ୟତୀତ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହାର ବ୍ୟବହାର ଦ୍ବାରା ଆଜମା, କୋଷ୍ଠକାଠିନ୍ୟ, ପେଟ ଦରଜ ପରି ରୋଗରୁ ମୁକ୍ତି ମିଳିଥାଏ।

ଆସନ୍ତୁ ଜାଣିବା ଏହି ବୃକ୍ଷର ଔଷଧୀୟ ଗୁଣ ସମ୍ବନ୍ଧରେ ..

- Advertisement -

ପେଟ ଦରଜ :

ଅଶ୍ବତ୍ଥ ବୃକ୍ଷର ୨ରୁ ୫ଟି ପତ୍ର ଛିଣ୍ଡାଇ ପେଷ୍ଟ ପ୍ରସ୍ତୁତ କରି ୫୦ଗ୍ରାମ ଗୁଡ ସହ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସେହି ମିଶ୍ରଣରୁ ଛୋଟ ଛୋଟ ଆକୃତିର କରନ୍ତୁ। ତାହାକୁ ଦିନକୁ ୩ରୁ ୪ଥର ଖାଇବା ଦ୍ବାରା ପେଟ ଦରଜରୁ ମୁକ୍ତି ମିଳିଥାଏ।

ଆଜମା :

ଅଶ୍ବତ୍ଥ ବୃକ୍ଷର ଛେଲିକୁ ଗୁଣ୍ଡ କରି ଦିଅନ୍ତୁ। ତାପରେ ସେହି ବଛର ଫଳକୁ ଶୁଖାଇ ମଧ୍ୟ ଗୁଣ୍ଡକୁ କରନ୍ତୁ। ଉଭୟକୁ ସମାନ ମାତ୍ରାରେ ମିଶାଇ ଦିନକୁ ୩ରୁ ୪ଥର ଖାଆନ୍ତୁ। ଏପରି କରିବା ଦ୍ବାରା ଆଜମା ରୋଗରୁ ମୁକ୍ତି ମିଳିଥାଏ।

ଚର୍ମ ରୋଗ :

ଅଶ୍ବତ୍ଥ ବୃକ୍ଷର କଅଁଳିଆ ପତ୍ରକ ଧୋଇ ଚୋବାଇ ଖାଆନ୍ତୁ। ଏପରି କରିବା ଦ୍ବାରା ଅନେକ ଚର୍ମ ରୋଗରୁ ମୁକ୍ତି ମିଳିଥାଏ।

ଗୋଇଠି ଫାଟିବା :

ଗୋଇଠି ଫାଟିଥିଲେ ଅଶ୍ବତ୍ଥ ବୃକ୍ଷର ପତ୍ରର ରସ କିମ୍ବା ପତ୍ର ଛିଣ୍ଡାଇବା ବେଳେ ବାହାରୁ ଥିବା କ୍ଷୀରକୁ ଲଗାନ୍ତୁ। ଏପରି କରିବା ଦ୍ବାରା ଗୋଇଠି ଫାଟିବାରୁ ମୁକ୍ତି ମିଳିଥାଏ।

କୋଷ୍ଠ କାଠିନ୍ୟ :

ଅଶ୍ବତ୍ଥ ବୃକ୍ଷର ଫଳକୁ ଖାଇବା ଦ୍ବାରା କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

ଦାନ୍ତ ବିନ୍ଧାରୁ ମୁକ୍ତି :

ଅଶ୍ବତ୍ଥ ବୃକ୍ଷର ଛେଲିକୁ ଗୁଣ୍ଡ କରି ଦିଅନ୍ତୁ। ତା ପରେ ଗରମ ପାଣିରେ ସେହି ଗୁଣ୍ଡକୁ ମିଶାଇ ଦିଅନ୍ତୁ। ସେହି ପାଣିକୁ କୁଳୁ କରିବା ଦ୍ବାରା ଦାନ୍ତ ବିନ୍ଧାରୁ ଶୀଘ୍ର ମୁକ୍ତି ମିଳିଥାଏ।

 

 

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories