ହମ୍ପସ୍ ନିକଟରେ ବାଇକରୁ ଖସି ମହିଳା ଓ ଶିଶୁ ପର୍ଯ୍ୟବେକ୍ଷିକାଙ୍କ ମୃତ୍ୟୁ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ମକ ମହିଳା ଓ ଶିଶୁଵିକାଶ ପ୍ରକଳ୍ପ ର ଗୁଡାରି ସେକ୍ଟର ଶିଶୁଵିକାଶ ପର୍ଯ୍ୟବେକ୍ଷିକା ଶ୍ରୀମତୀ ଶୁଭଲକ୍ଷ୍ମୀ ପାଣିଗ୍ରାହୀ ଙ୍କର ବାଇକ ଦୁର୍ଘଟଣା ରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁଘଟିଛି ।
ଗତ ଶୁକ୍ରବାର ଫୁଲବାଣୀରୁ ବାଇକରେ ପୁଅ ସାଙ୍ଗରେ ଦାରିଙ୍ଗବାଡି ଯାଉଥିବାବେଳ ରାତି ସାତଟା ବେଳେ ରତଙ୍ଗ ନିକଟସ୍ଥ ଡ଼ଙ୍ଗରପଡା ଠାରେ ନୂତନ ଭାବେ ନିର୍ମିତ ହମ୍ପସରେ ବାଡେଇ ହୋଇଯାଇଥିଲା ।ଫଳରେ ମା ଶୁଭଲକ୍ଷ୍ମୀ ଗୁରତର ଆହତ ହୋଇଥିଲେ! ଆମ୍ବୁଲାନ୍ସ କୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା । ଏକ ଅଟୋ ରିକ୍ସା ଶୁଭଲକ୍ଷ୍ମୀ ନୁ ଫିରିଙ୍ଗିଆ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରି ଫୁଲବାଣୀ ସଦର ଡାକ୍ତରଖାନା କୁ ଅଣାଯାଇଥିଲା । ଫୁଲବାଣୀ ଡାକ୍ତରଖାନା ରୁ କଟକ ବଡ଼ ମେଡିକାଲ କଲେଜ କୁ ରେଫର କରାଯାଇଥିଲା । ବ୍ରେନ ହାମରେଜ ଯୋଗୁଁ ଶୁଭଲକ୍ଷ୍ମୀ ଙ୍କର ସୋମବାର ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳଛି ।
Comments are closed.