www.samajalive.in
Wednesday, December 10, 2025
15.1 C
Bhubaneswar

ଅବକାରୀ ଅଧିକାରୀ କହି ସଶସ୍ତ୍ର ଡକାୟତି ଘଟଣା; ୬ ଅଭିଯୁକ୍ତ କୋର୍ଟ ଚାଲାଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପାଙ୍ଗା ଉପର ସାହି ପଞ୍ଚାୟତ କାଲିକୁଟି ଗାଁରେ ଅବକାରୀ ଅଧିକାରୀ କହି ସଶସ୍ତ୍ର ଡକାୟତି ଘଟଣାରେ ଶୁକ୍ରବାର ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫେରାରଥିବା ୨ ଜଣଙ୍କୁ ମଧ୍ୟ ଅତିଶୀଘ୍ର ଧରାଯିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଅବକାରୀ ଅଧିକାରୀ କହି ୮ ଜଣ ଦୁର୍ବୃତ୍ତ ସଶସ୍ତ୍ର ଗାଁର ବ୍ରଜରାଜ ଦିଗାଲ ଓ ୩ ଭାଇଙ୍କ ଘରେ ପଶି ସୁନା, ରୂପା ଓ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିଲେ। ଏଥି ସହ ରାତିରେ ଲୁଟରେ ବ୍ୟବହୃତ ଚାରି ଦାମୀ ବାଇକରେ ଫେରାର ମାରିଥିଲେ। ଏହି ଘଟଣା ପରେ ଗ୍ରାମବାସୀ ଲୋକଙ୍କୁ ଡକାୟତି ହୋଇଥିବା ନେଇ ସୂଚନା ଦେଇଥିଲେ। ଅଞ୍ଚଳର ଶତାଧିକ ଲୋକେ ବିଭିନ୍ନ ରାସ୍ତାରେ ଜଗି ରହିଥିଲେ। ରାତି ୩ଟା ସମୟରେ ପିଣ୍ଡାଙ୍ଗୀ ଗାଁ ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଗାଡିକୁ କାବୁ କରି ୩ଟି ବାଇକ ଓ ଚାରି ଜଣକୁ ଧରି ବାଇକ ରଖିବା ସହ ନିର୍ଦ୍ଧୁମ ଛେଚିଥିଲେ। ସେହିଭଳି ରାତି ୫ଟା ସମୟରେ କାଲାଡି ଗାଁ ରାସ୍ତାରେ ପୁଣି ଏକ ବାଇକ ସହ ୨ ଜଣକୁ କାବୁ କରି ସକାଳେ ଫିରିଙ୍ଗିଆ ପୁଲିସକୁ ଜଣାଇ ଜିମାରେ ଦେଇଥିଲେ। ଏହି ଘଟଣାରେ ପରିବାର ପକ୍ଷରୁ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଘଟଣାରେ ଫିରିଙ୍ଗିଆ ପୁଲିସ ଚାରିଟି ବାଇକ ଜବତ କରିଥିବା ବେଳେ ବାଇକରେ ଲାଗିଥିବା ନମ୍ବର ପ୍ଲେଟରେ ଭିନ୍ନ ଭିନ୍ନ ନମ୍ବର ଛାପି ୩ଟିରୁ ଅଧିକ ପ୍ଲେଟ ଲାଗିଥିବାରୁ ତାହା ମଧ୍ୟ ନକଲି ନମ୍ବର ଲାଗିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟ ପଟେ ୬ ଜଣକ ନାମରେ କନ୍ଧମାଳ ଜିଲାରେ ବିଭିନ୍ନ ଥାନାରେ ଚୋରି ଡକାୟତି ଭଳି ଏକାଧିକ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି। ତେବେ ଏହି ଘଟଣାରେ ପୁଲିସ ନଗଦ ୪୫ ହଜାର ଟଙ୍କା ଗୋଟିଏ ସୁନା ଚେନ୍‌, କାନ ଫୁଲ, ୨ଟି ମୋବାଇଲ ଜବତ କରିଥିବା ବେଳେ କେ ନୂଆଗାଁ ଥାନା ପୁରୁଣା ନୂଆଗାଁର ଅମିତ ପାତ୍ର(୧୯), ଫିରିଙ୍ଗିଆ ଥାନା ରତଙ୍ଗ ଗାଁର ବିଶ୍ୱକର୍ମା କହଁର(୨୨) ସାରଙ୍ଗଡ଼ ଥାନା ଗୁଟିଙ୍ଗିଆ ଗାଁର ତପନ କୁମାର ପ୍ରଧାନ(୨୧) ସାରଙ୍ଗଡ଼ ଥାନା ମାଦିଗୁଡା ଗାଁର ଦୀପକ ପ୍ରଧାନ(୨୦) ଫିରିଙ୍ଗିଆ ଥାନା ଡାମୀ ସାହିର ହରିଚନ୍ଦନ କହଁର(୨୦) ଫିରିଙ୍ଗିଆ ଥାନା ରତଙ୍ଗ ଗାଁର ପଦ୍ମନାଭ ଦେହୁରୀ(୨୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories