www.samajalive.in
Sunday, December 7, 2025
14.1 C
Bhubaneswar

ଆଇଆରବିଏନ୍‍ ଯବାନଙ୍କ ଉନ୍ମତକାଣ୍ଡ ଘଟଣା; ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ମଙ୍ଗଳବାର ରାତ୍ରରେ ଘଟିଥିବା ଏକ ଅଭାବନୀୟ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି ଆଇଆରବିର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ। ଗତ ମଙ୍ଗଳବାର ଦିନ ଆଇଆରବିଏନ ୮ମ ବାଟାଲିୟନର ଯବାନ ମାନସ କୁମାର ମାଝୀ ବାଲିଗୁଡ଼ା ସ୍ଥିତ ଅନ୍ଧାର କଲୋନୀ ସାହିରେ ଅଭିଜିତ ପ୍ରଧାନଙ୍କ ଘର ଭିତରକୁ ଡକାୟତି ପାଇଁ ଉଦ୍ୟମ କରିବା ସହିତ ଅଭିଜିତ ଦୁଇ ବର୍ଷର ଝିଅର ବେକରେ ଧାରୁଆ ଛୁରୀ ଲଗାଇ ଘରେ ଥିବା ସୁନା ଅଳଙ୍କାର ସହ ଟଙ୍କା ମାଗିଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ଜବାନକୁ କାବୁ କରିବା ସମୟରେ ଜବାନଙ୍କ ଆକ୍ରମଣ ଫଳରେ ଉକ୍ତ କଲୋନିର ବିଜୟ ଲକ୍ଷମୀ ପଣ୍ଡାଙ୍କ ସମେତ ଅଭିଜିତ୍‍ ଓ ତାଙ୍କ ପରିବାର ଅନ୍ୟଜରେ ଆହତ ହୋଇ ଚିକିତ୍ସିତ ହୋଇଥିଲେ। ପରେ ଅଞ୍ଚଳବାସୀ ଜବାନକୁ କାବୁ କରି ପୁଲିସ୍‍ ଜିମା ଦେଇଥିଲେ। ପୁଲିସ୍‍ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‍ କଲୋନିରେ ପହଞ୍ଚି ବି.ଡ଼ି.ଓ ନରେଶ କୁମାର ଶବର ଓ ଆହତ ହୋଇଥିବା ୨ ମହିଳା ଏବଂ ଅଭିଜିତ୍‍ ଠାରୁ ତଥ୍ୟ ସଂଗ୍ରହ କରିଥିବାର ଜଣାଯାଇଛି। ତେବେ ତଦନ୍ତ ପାଇଁ ଆସିଥିବା ବରିଷ୍ଠ ଅଧିକାରୀ ମାନଙ୍କର ନାମ ଜଣାପଡ଼ିନଥିବା ବେଳେ ବିଭାଗୀୟ ଡ଼ିଜିଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଟିମ୍‍ ଆସିଥିବାର ପ୍ରକାଶ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories