www.samajalive.in
Monday, December 15, 2025
24.1 C
Bhubaneswar

ପୁଣି ଲାଗିଲା ଧମକ ପୂର୍ଣ୍ଣ ମାଓ ପୋଷ୍ଟର; ଟାର୍ଗେଟରେ ପୂର୍ବତନ ବିଡ଼ିଓ ଓ ଠିକାଦାର

ଫୁଲବାଣୀ/କୋଟଗଡ:କନ୍ଧମାଳ ଜିଲାରେ ମାଓ ଚାଲି ଚଲଣ କମିବାର ନାଁ ଧରୁନାହିଁ। କିଛି ଦିନର ନିରବତା ପରେ ପୁଣିଥରେ କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ଯାମଝୋର ଗ୍ରାମରେ ଲାଗିଛି ଏକାଧିକ ସ୍ଥାନରେ ଧମକ ପୂର୍ଣ୍ଣ ମାଓ ପୋଷ୍ଟର। ଉକ୍ତ ପୋଷ୍ଟରରେ ପୂର୍ବତନ ବିଡିଓ ଓ ଅଞ୍ଚଳର ଜଣେ ଠିକାଦାରଙ୍କୁ ଟାର୍ଗେଟ କରାଯାଇ ଏଥିରେ ଉଲ୍ଲେଖ କରାଯାଇଥିବାର ଦେଖାଯାଇଛି। ନିରୀହ ଆଦିବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ କରାଯିବା ସହିତ ବେଳ ଥାଉ ଥାଉ ସୁଧୁରି ଯିବା ପାଇଁ ଚେତାବନି ଦିଆଯିବା ସହିତ ନଚେତ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ କରାଯିବା ସହିତ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଉଲ୍ଲେକ କରଯାଇଛି। ସେହିଭଳି ମିଥ୍ୟା ବିଲ୍ କରି ଯେଉଁ କୋଟି କୋଟି ଟଙ୍କା ଆତ୍ମସାତ କରୁଛନ୍ତି ତାହାକୁ ମାଓ ସଂଗଠନ ବିରୋଧ କରୁଛି ବୋଲି ଉଲ୍ଲେଖ ରହିଛି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଏପ ପ୍ରଭାର ଭୟର ବାତାବରଣ ଦେଖାଯାଇଥିବା ବେଳେ ରିପୋର୍ଟ ଲେଖାହେବା ସୁଦ୍ଧା ଉକ୍ତ ସ୍ଥାନରେ ପୋଷ୍ଟର ଲାଗିଛି। ତେବେ ଏନେଇ କୋଟଗଡ଼ ପୁଲିସକୁ ପଚାରିବାରେ ଏନେଇ ତାଙ୍କ ପାଖରେ କୌଣସି ପ୍ରକାର ଖବର ନଥିବାର ପ୍ରକାଶ କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories