www.samajalive.in
Saturday, December 13, 2025
14.1 C
Bhubaneswar

ଗୋଲାମାଲରେ ଏକାଠି ମିଶି ନୁଆଁଖାଇଲେ ୧୮୦ ପରିବାର

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ କତରବଗା ଗ୍ରାମପଞ୍ଚାୟତର ଗୋଲାମାଲ ଗ୍ରାମରେ ୧୮୦ଟି ପରିବାର ୮ଶହ ସଦସ୍ୟ ଏକତ୍ରିତ ହୋଇ ଆନନ୍ଦ ଉଲ୍ଲାସର ସହ ପାରମ୍ପାରିକ ରୀତିନୀତି ଅନୁସାରେ ନୁଆଁଖାଇ ପର୍ବ ପାଳନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏହା ନୂତନପିଢିକୁ ଏକତା ସୁତ୍ରରେ ରହିବାକୁ ଏହା ଏକ ବାର୍ତ୍ତା ବୋଲି କୁହାଯାଉଛି। ୧୮୦ ପରିବାର ପକ୍ଷରୁ ନୁଅାଁଖାଇ ଅବସରରେ ସ୍ଥାନିୟ ସମଲେଶ୍ୱରୀ ମନ୍ଦିରରେ ଆରାଧ୍ୟଦେବୀ ସମଲେଶ୍ୱରୀଙ୍କ ବିଧିମତେ ପୂଜା ଅର୍ଚ୍ଚନା କରି ନବାନ୍ନ ଲାଗି ହୋଇଥିଲା। ଏହାପରେ ୧୮୦ ପରିବାରର ୮ଶହ ସଦସ୍ୟ ଦେବୀ ସମଲେଶ୍ୱରୀଙ୍କ ଦର୍ଶନ କରି ସୌକିଲାଲ୍ ସାହୁ, ରଞ୍ଜିତ ସାହୁ, ସଚ୍ଚିତା ସାହୁ, ରୁପିନ୍ଦ୍ର ସାହୁ, ଦୀନବନ୍ଧୂ ବାରିକ, ସନ୍ତୋଷ ବିଶ୍ୱାଲ ପ୍ରମୁଖ ବରିଷ୍ଠ ସଦସ୍ୟମାନଙ୍କ ଠାରୁ ନବାନ୍ନ ଭୋଗ ଗ୍ରହଣ କରି ପ୍ରଣାମ ଜଣାଇଥିଲେ। ଜୁହାର ଭେଟ୍ ଅବସରରେ ବୟସରେ କନିଷ୍ଠମାନେ ବରିଷ୍ଠ ମାନଙ୍କୁପ୍ରଣାମ ଜଣାଇ ଆଶିର୍ବାଦ ଗ୍ରହଣ କରିଥିଲେ। ଏହାପରେ ସମସ୍ତ ସଦସ୍ୟ ପଂକ୍ତି ଭୋଜନ ଏକାଠି ବସି ନୁଆଁଖାଇ ପାଇଁ ପ୍ରସ୍ତୁତ ହୋଇଥିବା ସୁସ୍ୱାଦୁ ବ୍ୟଞ୍ଜନ ଖାଇଥିଲେ। ନୁଆଁଖାଇ ପାଇଁ ମହିଲା ମାନେ ପିଠାପଣା ପ୍ରସ୍ତୁତ କରିଥିଲେ। ଏହି ପରମ୍ପରା ସବୁଦିନ ପାଇଁ ବଜାୟ ରହୁ । ମା ସମଲେଶ୍ୱରୀ ଆମକୁ ଏକାଠି ରଖିଥାନ୍ତୁ ବୋଲି ପରିବାରର ସଦସ୍ୟମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗ୍ରାମର ବରିଷ୍ଠ ସଦସ୍ୟ ହୃଷିକେଶ ସାହୁ,ହରିହର ପଧାନ, ଜୟଦ୍ରଥ ଖମାରୀ, ସୁଶିଲା ସାହୁ ଏବଂ ବିନୋଦିନୀ ସାହୁଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।

ସେହିପରି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକର ସାଲଡ ଗ୍ରାମରେ ଗୁରୁବାର ଦିନ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ଭେଟଘାଟ କମିଟିର ସଭାପତି ଅନ୍ତର୍ଯାମୀ ପାଣିଙ୍କ ସଭାପତିତ୍ୱ ଏବଂ ସାମ୍ବାଦିକ ରମାକାନ୍ତ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ଅରାଧ୍ୟଦେବୀ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୂଜାଅର୍ଚ୍ଚନା, ବନ୍ଦନା କରାଯାଇ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲା ଜଜ୍ ଦିଲ୍ଳୀପ ତ୍ରିପାଠି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିିବା ବେଳେ ବରିଷ୍ଠ ଆଇନଜୀବୀ ତଥା କବି ଆର୍ତ୍ତତ୍ରାଣ ମିଶ୍ର ମୁଖ୍ୟବକ୍ତା ଏବଂ ରେଙ୍ଗାଲି ତହସିଲଦାର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ନୁଆଁଖାଇ ପର୍ବ ର ବୈଶିଷ୍ଟ,ପରମ୍ପରା ଏବଂ ଏହାର ମହତ୍ୱ ଉପରେ ଆଲୋକପାତ କରିଥିଲେ। କମିଟୀ ର ସମ୍ପାଦକ ବିରଞ୍ଚି ବିଶ୍ୱାଲ ବିବରଣୀ ପାଠ କରିଥିଲେ।ଏହି ଅବସର ରେ ଡାକ୍ତର ହରିପ୍ରିୟା ନାୟକ, ଅଞ୍ଚଳ ର ସୁପରିଚିତ ସଂକିର୍ତ୍ତନ ଗାୟକ ଜୟନ୍ତି ମେହେର ଏବଂ ଶ୍ରେଷ୍ଠ କଳାକାର ସଲମନ୍ ଦିଓାନ୍ ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ମନୋଜ କୁମାର ନାଏକ ସ୍ୱାଗତ ସଙ୍ଗୀତ ପରିବଷଣ କରିଥିଲେ ଏବଂ ବିଶ୍ୱକେଶନ ବିଶ୍ୱାଲ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ। ବିଧାୟକ ନାଉରି ନାଏକ,ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ,ସୁଭାଷ ଶେଖର ମିଶ୍ର,ମନୋଜ ସାହୁ ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ। ଶେଷ ରେ କମିଟୀ ର ବରିଷ୍ଠ ସଦସ୍ୟ ସୁହାଭ ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ବିଦ୍ୟାଳୟ ର ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories