www.samajalive.in
Monday, December 8, 2025
16.1 C
Bhubaneswar

“ଫୋନରେ ଏସପି” ବ୍ୟବସ୍ଥାର ଶୁଭାରମ୍ଭ

ବ୍ରଜରାଜନଗର : ଲକ୍‍ ଡ଼ାଉନ ସମୟରେ ଲୋକଙ୍କ ପୋଲିସ ସମ୍ବନ୍ଧୀୟ ଆପତ୍‍ତି ଅଭିଯୋଗ ଶୁଣିବା ପାଇଁ ଝାରସୁଗୁଡା ପୋଲିସ ତରଫରୁ “ଫୋନରେ ଏସପି” ନାମକ ବ୍ୟବସ୍ଥାର ସୋମବାର ଶୁଭାରମ୍ଭ ହୋଇଯାଇଛି। ଝାରସୁଗୁଡ଼ା ଏସପି ରାହୁଲ ପିଆର ବ୍ୟକ୍ତିଗତ ଭାବେ ସକାଳ ୧୦.୩୦ରୁ ୧୧.୩୦ ପର୍ଯ୍ୟନ୍ତ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବା ସହିତ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରଥମ ଦିନରୁ ହିଁ ଏହି ବ୍ୟବସ୍ଥାର ଏକ ସକରାତ୍ମକ ସୁଫଳ ମିଳିଥିବା ଏସପି ପ୍ରକାଶ କରିଛନ୍ତି। ଗତ ୨୫ ତାରିଖ ଦିନ “ଫୋନରେ ଏସପି” ବ୍ୟବସ୍ଥାର ଘୋଷଣା କରାଯାଇଥିଲା। ଏଥିରେ ପ୍ରତି ସୋମବାର ସକାଳ ୧୦.୩୦ରୁ ୧୧.୩୦ ସମୟରେ ଲୋକଙ୍କୁ ଫୋନରେ ନିଜର ସମସ୍ୟା ଜଣାଇବାକୁ ଆହ୍ୱାନ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଗତ କାଲି ଥିଲା ଅଭିଯୋଗ ଶୁଣାଣିର ପ୍ରଥମ ସୋମବାର। ଏସପି ନିଜେ ନିୟନ୍ତ୍ରଣ କକ୍ଷରେ ଉପସ୍ଥିତ ରହି ଲୋକଙ୍କ ଗୋଟିଏ ପରେ ଗୋଟିଏ କଲ ରିସିଭ କରିଥିଲେ। ତେବେ ଗତ କାଲି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମୋଟି ୮ଟି ଫୋନ ଆସିଥିବା ନେଇ ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି। ରେଙ୍ଗାଲି ଲଇକେରା, ବ୍ରଜରାଜନଗର, କୋଲାବିରା ଆଦି ଅଞ୍ଚଳରୁ ରାସ୍ତାର ବେଆଇନ ପାର୍କିଂ, କେତେକ ଅଭିଯୋଗ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଆଦି ନେଇ ଫୋନରେ ଏସପି ନିକଟକୁ ଅଭିଯୋଗ ଆସିଥିଲା। ଏପସି ଏ ସମ୍ପର୍କରେ ଆବଶ୍ୟକୀୟ ଉତ୍‍ତର ପ୍ରଦାନ କରିଥିବା ସହିତ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇ ସାରିଥିଲେ ହେଁ ଅଭିଯୋଗକାରୀଙ୍କ ପାଖରେ ସୂଚନା ନଥିବାରୁ ତାହା ଜଣାଇ ଦିଆଯାଇଥିବା ଏସପି ପ୍ରକାଶ କରିଛନ୍ତି। ତେବେ ମୋଟା ମୋଟି ଭାବେ ପ୍ରଥମ ଦିନର ଅଭିଜ୍ଞତା ଉତ୍ସାହପ୍ରଦ ରହିଥିବା ବେଳେ ଆଗକୁ ଏଥିରୁ ସୁଫଳ ମିଳିବ ବୋଲି ଝାରସୁଗୁଡ଼ା ଏସପି ରାହୁଲ ପିଆର କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories