www.samajalive.in
Monday, December 15, 2025
24.1 C
Bhubaneswar

ପୂଜାପାଠ ପରେ ପୁନଃ କାର୍ଯ୍ୟକ୍ଷମ ହେଲା ଫିରିଙ୍ଗିଆ ଥାନା

ଫୁଲବାଣୀ/ ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ଥାନାରେ ଗତ ଅଗଷ୍ଟ ୫ ତାରିଖରେ ଘଟିଥିବା ରାସ୍ତା ରୋକ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଓ ଲୋକେ ଫିରିଙ୍ଗିଆ ଥାନାକୁ ଜାଳି ପୋଡି ନଷ୍ଟ କରିବା ସହ ସମସ୍ତ ଜିନିଷ ଓ କାଗଜ ପତ୍ର ପୋଡି ଭଙ୍ଗା ରୁଜା କରି ଥିଲେ। ଏହି ଘଟଣା ପରେ ଫିରିଙ୍ଗିଆ ଥାନାକୁ ପୁଣି ଥରେ କାର୍ଯ୍ୟ କ୍ଷମ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଓ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଗୁରୁତର ସହ ନେଇ ସମସ୍ତ କାର୍ଯ୍ୟକୁ ଗୋଟିଏ ମାସ ମଧ୍ୟରେ ସମାପ୍ତ କରି ବୁଧବାର ପୁଣି ଥରେ ଥାନାରେ ପୂଜା କାର୍ଯ୍ୟ କରି ଥାନାରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦିନ ଦୁଇଟା ରେ ପୂଜା କାର୍ଯ୍ୟ ସରିଥିଲା । ଦିନ୨ଟାରେ ଫୁଲବାଣୀ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଓ ଉପଖଣ୍ଡ ଅଧିକାରୀ ସୁପ୍ରଶନ ମଲିକ ଯୋଗ ଦେଇ ଥିଲେ। ଥାନାରେ ପହଂଚି ଅରକ୍ଷୀ ଅଧିକ୍ଷକ ଏବଂ ଏସଡିପିଓ ଥାନା ପରିସର ବୁଲି ଦେଖିଥିଲେ। ଅଞ୍ଚଳରେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଥିବା ବେଳେ ଶୃଙ୍ଖଳା ଫେରିଛି ତେଣୁ ପୁଣି ଥରେ ଥାନା କାର୍ଯ୍ୟ ଆରମ୍ଭ ହେଲେ ଅଞ୍ଚଳରେ ଲୋକେ ଥାନାର ସମସ୍ତ ସୁବିଧା ପାଇ ପାରିବେ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories