www.samajalive.in
Monday, December 15, 2025
24.1 C
Bhubaneswar

ଆସୋସିଏସନ ଅଫ୍ କମନ ୱେଲ୍ଥ  ୟୁନିଭରସିଟି ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଚୁକ୍ତିପତ୍ର ସ୍ବାକ୍ଷରିତ

ଗୋପାଳପୁର :  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କେନ୍ଦ୍ରୀୟ ଯନ୍ତ୍ରପାତି କେନ୍ଦ୍ରର ସମ୍ମିଳନୀ କକ୍ଷରେ ବୁଧବାର ଆସୋସିଏସନ ଅଫ୍ କମନ ୱେଲ୍ଥ ୟୁନିଭରସିଟିସ୍ ,ଲଣ୍ଡନ ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତି ପତ୍ର ସ୍ବାକ୍ଷରିତ କରାଯାଇଛି । ଏହାଦ୍ଵାରା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗର ମେରାଇନ ବାୟୋଲୋଜି ଏବଂ ଓସିନୋଗ୍ରାଫି ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ସାମୁଦ୍ରିକ ଦେଶ ସମୂହ ମେଧା ବୃତ୍ତି ପାଇବେ ଓ ବିଦେଶରେ ଅଧ୍ୟୟନ ଓ ଗବେଷଣା କରି ପାରିବେ। ଏହି ଚୁକ୍ତି ସ୍ବାକ୍ଷରିତ ବେଳେ ଅନଲାଇନରେ କାର୍ଯ୍ୟକ୍ରମ ଅଧିକାରୀ ରାଖେଲ ଅର୍ଣୋଲ୍ଡ,ନିର୍ଦ୍ଦେଶକ ଛାତ୍ର ବୃତ୍ତି ଆନାବେଲ ବାଉଡ, ଦକ୍ଷିଣ ପୂର୍ବ ଏସିଆ ମହାଦେଶର ପ୍ରତିନିଧି ଆଦିତ୍ୟ ମାଲକାନି ରହିଥିବା ବେଳେ ବିଶ୍ଵବିଦ୍ୟାଳୟରେ ଏସିଆ ମହାଦେଶର ପ୍ରତିନିଧି ଇକିତା ପୋଖରାନା ଉପସ୍ଥିତ ଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, କୂଳ ସଚିବ ସଚ୍ଚିଦାନନ୍ଦ ନାୟକ, ଗବେଷଣା ବିକାଶ କୋଷର ନିର୍ଦ୍ଦେଶକ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ, ଆଇକ୍ୟୁଏସି ର ଉପ ନିର୍ଦେଶକ ଡ଼ଃ ଲକ୍ଷ୍ମୀ ଧର ରାଉତ, ସେଣ୍ଟର୍ ଅଫ୍ ଏକସିଲେନ୍ସିର ସଂଯୋଜକ ପ୍ରଫେସର୍ ଯୋଗେଶ୍ୱର ପାଣିଗ୍ରାହୀ, ସାମୁଦ୍ରିକ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ ତମୋଘ୍ନ ଆଚାର୍ଯ୍ୟ, ଉନ୍ନୟନ ଅଧିକାରୀ ଡ଼ଃ ସାରଦା ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories