ବିଦେଶରେ ଲୋକପ୍ରିୟ ପେଟ୍ରୋଲିୟମ୍ ସ୍ପା

0

ଭିନ୍ନ ପ୍ରକାର ତତ୍ତ୍ବକୁ ଶରୀର ନିରୋଗ ରଖିବାରେ ବ୍ୟବହୃତ କରାଯାଉଛି। ତନ୍ମଧ୍ୟରୁ ଅନ୍ୟତମ ହେଉଛି ପେଟ୍ରୋଲିୟମ୍ ସ୍ପା। ବିଦେଶୀ ରାଷ୍ଟ୍ର କ୍ରୋଏସିୟା, ଆଜରବାଇଜାନରେ ଲୋକଙ୍କୁ ଏହି ସ୍ପା ଚିକିତ୍ସା ଉପଲବ୍ଧ ହେଉଛି। ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ଅଞ୍ଚଳରୁ ପର୍ୟ୍ୟଟକ ଆସି ମଧ୍ୟ ଏହି ସ୍ପାର ସେବା ନେଉଥିବାର ପ୍ରକାଶ। ଏହି ସେବା ଉପଲବ୍ଧ କରାଉଥିବା ସ୍ଥାନୀୟ ପାର୍ଲରର ମୁଖ୍ୟ କର୍ମକର୍ତ୍ତାଙ୍କ କହିବାନୁସାରେ ପେଟ୍ରୋଲିୟମରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ଭରପୂର ରହିଛି। ଏଣୁ ଏହି ସ୍ପା ମାସକୁ ଥରୁଟିଏ କରାଇବା ଶରୀର ନିମନ୍ତେ ଉପକାରୀ।

prayash

ବିଶେଷ କରି ବିଭିନ୍ନ ପ୍ରକାର ତ୍ବଚା ସଂକ୍ରମଣ ହେଉଥିବା ଲୋକେ ଓ ଆଣ୍ଠୁଗଣ୍ଠି ରୋଗୀ ଏହି ସ୍ପା ଦ୍ବାରା ଉପକୃତ ହେଉଥିବାର ପ୍ରକାଶ। ତେବେ ପେଟ୍ରୋଲିୟମ୍ ସ୍ପା ଖୁବ୍ ମହଙ୍ଗା ହୋଇଥିବାରୁ କେବଳ ଧନିକ ବର୍ଗର ଲୋକେ ଏହାର ସୁବିଧା ପାଇପାରୁଛନ୍ତି। ଗୋଟିଏ ଦିନ ନିମନ୍ତେ ଏହି ସ୍ପା କରିବାର ଦେୟ ୧ହଜାର ଡଲାର ବୋଲି ପ୍ରକାଶ। ରୋଗୀମାନେ ଏହା ଦ୍ବାରା ଉପକୃତ ହେଉଥିବାରୁ ଦିନକୁଦିନ ପେଟ୍ରୋଲିୟମ୍ ସ୍ପାର ଲୋକପ୍ରିୟତା ବଢ଼ିବାରେ ଲାଗିଛି।

Leave A Reply