www.samajalive.in
Tuesday, December 9, 2025
16.1 C
Bhubaneswar

ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ପୁଲିସ କମିଶନରଙ୍କୁ ଭେଟିଲେ ବିଭିନ୍ନ ରାଜନୈତିକ ଦଳ ନେତା

ଭୁବନେଶ୍ୱର : ଗତ କିଛିଦିନ ତଳେ ରାଜଧାନୀ ନିକଟସ୍ଥ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ପୁଲିସ କମିଶନରଙ୍କୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନର ନେତୃମଣ୍ଡଳୀ ସାକ୍ଷାତ କରି ଆଲୋଚନା କରିଛନ୍ତି । ରାଜଭବନ ପେଟ୍ରୋଲ ଟାଙ୍କିରେ ଘଟିଥିବା ବିସ୍ଫୋରଣ ଏବଂ କ୍ଷୟକ୍ଷତି ସଂକ୍ରାନ୍ତରେ ଆଜି ସିପିଆଇ (ଏମ୍)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ (ଏମ୍ଏଲ୍) ଲିବରେସନର ରାଜ୍ୟ ସମ୍ପାଦକ ମଣ୍ଡଳୀ ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇର ରାଜ୍ୟ ନେତା ଜୟନ୍ତ ଦାସ, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଏଆଇକେଏସ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଏଆଇସିଟିୟୁର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ, ସିପିଆଇ (ଏମ୍ଏଲ୍) ରେଡ଼ଷ୍ଟାର ରାଜ୍ୟ ନେତ୍ରୀ ପ୍ରମିଳା ବେହେରା, ଲୋକଶକ୍ତି ଅଭିଯାନର ସମ୍ପାଦକ ମାନସ ପଟ୍ଟନାୟକ, ଛାଇ ପକ୍ଷରୁ ଅଶୋକ ସାହୁ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ  ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପେଟ୍ରୋଲ ଟାଙ୍କିର ଡ଼ିଲର ଏବଂ ମରାମତି କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ତୁରନ୍ତ ଗିରଫ କରିବା, ଘଟଣା ଉପରେ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ, ସେଠାରେ କାର୍ଯ୍ୟରତ ଠିକା ସଂସ୍ଥାର କର୍ମଚାରୀମାନଙ୍କ ତାଲିକା ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କୁ ୫୦ ଳକ୍ଷ ଟଙ୍କା ଏବଂ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ସମସ୍ତ କ୍ଷୟକ୍ଷତିର ଭରଣା କରିବା ପାଇଁ ଇଣ୍ଡିଆନ ଅଏଲ କମ୍ପାନୀକୁ ନିର୍ଦ୍ଦେଶ ଦେବା, ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଗ୍ୟାସ ଟାଙ୍କି ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଏହି ମିଳିତ ପ୍ରତିନିଧି ମଣ୍ଡଳୀ  ଦାବି କରିଥିଲେ । ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରତିନିଧିମାନଙ୍କ ସହ ଘଟଣା ପରବର୍ତ୍ତୀ ପୋଲିସ୍ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଆଲୋଚନା କରିବା ସହ ସମସ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories