BJD Bijuli 480×75 Mob

ଜୀବନରେ ମାନସିକ ଶାନ୍ତି ଓ ବିଶ୍ରାମର ଏହା ହେଉଛି ସଫଳ ମନ୍ତ୍ର

BJD Bijuli 480×75 Mob

ଏବେକାର ଜୀବନଚର୍ଯ୍ୟା ବା ଲାଇଫ୍‌ଷ୍ଟାଇଲ୍‌ , ଅଧିକାଂଶ ଲୋକ ଚିନ୍ତାଗ୍ରସ୍ତ । ବିଭିନ୍ନ ଚିନ୍ତା ସେମାନଙ୍କୁ ଗୋଳେଇ ଘାଣ୍ଟି ପକାଉଛି । କେତେବେଳେ କାର୍ଯ୍ୟକ୍ଷେତ୍ରର ଚିନ୍ତା ତ କେତେବଳେ ପରିବାରର ଚିନ୍ତା । କାହାର ପିଲାଙ୍କର ଭବିଷ୍ୟତ, ପାଠପଢା ଚିନ୍ତା ତ କାହାର ରୋଜଗାର ଚିନ୍ତା ଆଉ କାହାର ପର ଚର୍ଚ୍ଚା ଚିନ୍ତା ।

ଏମତି ବ୍ୟସ୍ତ ବହୁଳ ଜୀବନରେ ଅନେକ ନିଜ ପାଇଁ ସମୟ ଦେଇ ପାରୁ ନାହାନ୍ତି । ଖାଇବା ଶୋଇବା ଠିକ୍‌ ଠିକଣା ନାହିଁ । ବିଶ୍ରାମ ଏବଂ ଶାନ୍ତି କଥା ଛାଡନ୍ତୁ । ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମ ବା ସୋସଆଲ୍‌ ମିଡିଆ ଖୋଲିଲେ ଖାଲି ଅଶାନ୍ତି । ଟିଭି ରେ ନ୍ୟୁଜ୍‌ ଚ୍ୟାନେଲ୍‌ ଖୋଲିଲେ ଅଶାନ୍ତି ।

ତେଣୁ ଜୀବନରେ ଶାନ୍ତି ପାଇବା ପାଇଁ ଭଗବତ୍‌ ଗୀତାରେ ଅନେକ ଉପଦେଶ ଅଛି । ଏହାର ପଞ୍ଚମ ଅଧ୍ୟାୟ ଶ୍ଲୋକ ୧୨ରେ ଭଗବାନ କୃଷ୍ଣ କହୁଛନ୍ତି – ଯୁକ୍ତଃ କର୍ମଫଳ ତ୍ୟକ୍ତବା ଶାନ୍ତି ମାପ୍ମୋତି ନୈଷ୍ଠିକୀମ୍‌ । ଅଯୁକ୍ତଃ କାମକାରଣେ ଫଳୋ ସକ୍ତୋ ନିବଧ୍ୟତେ ।

ଏହାର ଅର୍ଥ ସମସ୍ତ କାର୍ଯ୍ୟ ଭଗବାନଙ୍କ ଚରଣରେ ସମର୍ପିତ କରିବା ଉଚିତ୍‌ । ଜଣେ ସଚ୍ଚା ଯୋଗୀ ଫଳର ଇଚ୍ଛା ବିନା କାର୍ଯ୍ୟ କରିଥାଏ । ତାଙ୍କୁ ତାଙ୍କର କ୍ଷମତା ଉପରେ ବିଶ୍ୱାସ ଥାଏ ।

ଅସନ୍ତୁଳିତ ଜୀବନରେ ଅଧ୍ୟାତ୍ମ ଏବଂ ଅନୁଶାସନର ସ୍ଥାନ କମ୍‌ ଥାଏ । ସନ୍ତୁଳିତ ଜୀବନଚର୍ଯ୍ୟା ସହ ନିଜର କାର୍ଯ୍ୟକୁ ଠିକ୍‌ ଭାବେ କରିବା ଆଧ୍ୟାତ୍ମରେ ମନୋନିବେଶ କରିବା ସହ ଧ୍ୟାନ ପ୍ରାଣୟାମ କରିବା ଠିକ୍‌ ସମୟରେ ଠିକ୍‌ କାମ କଲେ ଜଣେ ଶାନ୍ତି ଅନୁଭବ କରିପାରିବ ।

Comments are closed.