www.samajalive.in
Sunday, December 7, 2025
23.1 C
Bhubaneswar

ଏରେଣ୍ଡେଇ ବେଗୁନାଖମଣ ନିକଟରେ ୨୪ ଟିକିଆ ହାତୀପଲ 

ପାଟଣା: ପାଟଣା ବନାଞ୍ଚଳକୁ ପୁଣି ଫେରିଛନ୍ତି ହାତୀପଲ ।  ୨୪ ଟିକିଆ ହାତୀପଲ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ରଚୁଛନ୍ତି । ଦୀର୍ଘ ଦିନ ଧରି ଏହି ହାତୀ ପଲ ପାଟଣା ବନାଞ୍ଚଳର ବିଭିନ୍ନ ଗ୍ରାମରେ ଉପଦ୍ରବ କରିବା ପରେ ଗୁରୁବାର ରାତିରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳକୁ ଚାଲିଯାଇଥିଲେ । ପୁନଃ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏହି ହାତୀପଲ ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ବନକ୍ଷେତ୍ରରେ ପ୍ରବେଶ କରି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ବୈତରଣୀ ନଦୀ ପାର ହୋଇ ପାଟଣା ବନକ୍ଷେତ୍ରରେ ପ୍ରବେଶ କରି ବୈତରଣୀ ନଦୀ କୁଳରେ ଥିବା ଏରେଣ୍ଡେଇ ଗ୍ରାମ ନିକଟରେ ଥିବା ବେଗୁନାଖମଣ ଆକାସିଆ ଜଙ୍ଗଲରେ ଡେରା ପକାଇଛନ୍ତି । ଜଙ୍ଗଲ ନିକଟରେ ଥିବା ଚାଷଜମିରେ ପାଚିଲା ଧାନ ଅମଳ ପାଇଁ ରଖାଯାଇଥିଲା ବେଳେ ଚାଷୀମାନେ ରାତିରେ ଉଜାଗର ରହି ନିଆଁ ଜାଳି ନିଜ ଧାନ ଫସଲକୁ ହାତୀଙ୍କ ଉପଦ୍ରବରୁ ରକ୍ଷା କରୁଥିବା ଦେଖିବାକୁ ମିଳିଛି । ଜଙ୍ଗଲ ବିଭାଗ ପକ୍ଷରୁ ହାତୀପଲଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଥିବା ବେଳେ ଗ୍ରାମ ନିକଟରେ ହାତୀପଲ ଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories