ପାଟଣା ଓ ସାହାରପଡା ବ୍ଲକରେ ବିପର୍ଯ୍ୟୟ ପ୍ରଶମନ ପ୍ରାକ ପ୍ରସ୍ତୁତି

ପାଟଣା: ପାଟଣା ବ୍ଲକରେ ବିପର୍ଯ୍ୟୟ ପ୍ରଶମନ ପାଇଁ ପ୍ରାକ ପ୍ରସ୍ତୁତି କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ବନ୍ୟା, ବାତ୍ୟା ,ଅଗ୍ନିକାଣ୍ଡ ଆଦି ପ୍ରାକୃତିକ ଦୁର୍ବିପାକ ସମୟରେ କିପରି ପୀଡ଼ିତ କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇପାରିବ ସେନେଇ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକ ଅଂଚଳର ସମସ୍ତ ଲାଇନ ବିଭାଗର ଅଧିକାରୀ, ବ୍ଲକ ଅଞ୍ଚଳର ୩ ଜିଲ୍ଲା ପରିଷଦ ସଦସ୍ୟ ୨୦ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନଙ୍କୁ ମାର୍ଗ ଦର୍ଶନ ଦିଆଯାଇଥିଲା । ପାଟଣା ବିଡିଓ ଇଶ୍ଵର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ ପ୍ରସ୍ତୁତି କର୍ମଶାଳାରେ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଯଦୁମଣି ମହଲାଙ୍କ ସହ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଉପାଧ୍ୟକ୍ଷା ବୀଣାପାଣି ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ କୁମାର ନାଏକ, ସଦସ୍ୟା ସୌଭାଗ୍ୟ ମଞ୍ଜରୀ ନାଏକ ଓ ରୁନୁ ମହାନ୍ତ ପ୍ରମୁଖଙ୍କ ସହ ପୁଲିସ, ଅଗ୍ନିଶମ ବିଭାଗ, କୃଷି ବିଭାଗ, ରାଜସ୍ୱ ବିଭାଗ, ବନ ବିଭାଗ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ଯୋଗାଣ ବିଭାଗ, ମିଶନସକ୍ତି ବିଭାଗ, ଉଦ୍ୟାନ ବିଭାଗ ସମେତ ଅନ୍ୟାନ୍ୟ ଲାଇନ ବିଭାଗର ଅଧିକାରୀ ମାନେ ପ୍ରାକ ପ୍ରସ୍ତୁତି ଶିବିରରେ ସାମିଲ ଥିଲେ।
prayash
ସେପଟେ ସାହାରପଡ଼ା ବ୍ଲକ ସଭାଗୃହରେ ମଧ୍ୟ ଆଜି ବିଡିଓ ଲମ୍ବୋଦର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପ୍ରଶମନ ପ୍ରାକ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୋଡାଲ ଅଧିକାରୀ ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ସହ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାୟକ, ଉପାଧ୍ୟକ୍ଷା ଛବିରାଣି ସେଠୀ,ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼ ଓ ଚମ୍ପାବତୀ ଟୁଡୁ, ଏବିଡିଓ କୁସୁମଲତା ସାହୁ, ଅତିରିକ୍ତ ତହସିଲଦାର ତ୍ରିନାଥ କୁମାର ଦାସଙ୍କ ସହ ଶିକ୍ଷା ,ସ୍ବାସ୍ଥ୍ୟ, ଅଗ୍ନିଶମ ବିଭାଗ, ରାଜସ୍ବ ବିଭାଗ, କୃଷି, ଉଦ୍ୟାନ, ବିଦ୍ୟୁତ, ମିଶନ ଶକ୍ତି, ଯୋଗାଣ ବିଭାଗ ଆଦି ଅନ୍ୟାନ୍ୟ ଲାଇନ ବିଭାଗର ଅଧିକାରୀଙ୍କ ସହ ବ୍ଲକ ଅଞ୍ଚଳର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଶିବିରରେ ସାମିଲ ଥିଲେ । ବନ୍ୟା ,ବାତ୍ୟା ,ଅଗ୍ନିକାଣ୍ଡ ଆଦି ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତିରାଜ ପ୍ରତିନିଧି ମାନେ ପୀଡ଼ିତ ଓ କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର ଠାରୁ ଆରମ୍ଭ କରି କିପରି ସରକାରୀ ଓ ବେସରକାରୀ ସ୍ତରରେ ସାହାଯ୍ୟ କରାଇ ପାରିବେ ସେନେଇ ସମସ୍ତ ଙ୍କୁ ଦିଗଦର୍ଶନ ଦେଇଥିଲେ।
kalyan agarbati

Comments are closed.