ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ପାଟଣା: ନେହେରୁ ଯୁବ କେନ୍ଦ୍ର କେନ୍ଦୁଝର ତରଫରୁ ଘଟଗାଁ ବ୍ଲକ ପଇଦାପାଟଣା ଠାରେ ମା ତାରିଣୀ ଯୁବକ ସଂଘ ସହ ଯୋଗରେ ୨ ଦିନ ବ୍ୟାପି ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ଆଜି ଉଦଯାପିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସୁକାନ୍ତି ନାୟକଙ୍କ ଦ୍ୱାରା ଉଦଘାଟିତ ଏହି ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ କ୍ଲବର ୨୦୦ ସଦସ୍ୟ ଅଂଶ ଗ୍ରହଣ କରିଥିବା ବେଳେ ଆଜି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମହାନ୍ତ, ସମ୍ମାନିତ ଅତିଥି ଭାବେ ଅଭିମନ୍ୟୁ ନାଏକ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ଏବଂ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ। ଏହି ଖେଳକୁ କୁନାଲ କୁମାର ପଣ୍ଡା, ଶିବ ଚରଣ ନାୟକ ପରିଚାଳନା କରିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସମ୍ପୂର୍ଣ୍ଣ ପ୍ରତିଯୋଗିତାଟି ନେହେରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସ୍ଵେଚ୍ଛାସେବୀ ଗଜେନ୍ଦ୍ର ମହାନ୍ତ ଏବଂ ମଦନିକା ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା।

ସେହିପରି ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ଶାନ୍ତିମୟୀ ଗୌରୀମାତା କ୍ଲବ୍ ଅନୁକୁଲ୍ଯାରେ ଦୁଇ ଦିନ ଧରି ପାଟଣା ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ ପୋଡାଶିମିଳା ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇ ଥିଲା। ଏଥିରେ ଫୁଟବଲ୍, ଭଲି ବଲ୍, କବାଡି, ୧୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ୱ ଡିଆଁ, ଖେଳ ହୋଇଥିଲା। ଏଥିରେ କଞନଡୁମୁରିଆ ଦଳ ଚମ୍ପିୟାନ ହୋଇଥିବା ବେଳେ ଟୁକୁଡିହା ଦଳ ରନର୍ସଅପ୍ ହୋଇଥିଲେ। ଏହି ଖେଳକୁ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ମୁସ୍କାନ କୁମାର ନାୟକ, ଭବାନୀରାଣୀ ମହାନ୍ତ ଖେଳ ପରିଚାଳନା କରିଥିଲେ। ଏଥିରେ କେନ୍ଦୁଝର ଜିଲ୍ଲା ସଂଯୋଜକ ବସୁନ୍ଧରା ସାହୁ ମୁଖ୍ଯ ଅତିଥି ଓ କେନ୍ଦୁଝରର ବିଜେପି ଯୁବମୋର୍ଚ୍ଚା ସଭାପତି ହେମରଞନ ବାରିକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ହୋଇଥିବା ଖେଳ ପରିଚାଳନାରେ ସୁଦର୍ଶନ ବାରିକ ଓ ପ୍ରଦୀପ କୁମାର ମାଝି ପରିଚାଳନା କରିଥିଲେ। ଏହି ଖେଳ ପରିଚାଳନାରେ ନିରଞ୍ଜନ ସଏ, ଚରଣ ମୁଣ୍ଡା, ପରମେଶ୍ୱର ହାଂସଦା, ରାମ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ହିମ୍ମତ କୁମାର ଆପଟ ପ୍ରମୁଖ ଉଦଯାପନୀ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ କ୍ରୀଡ଼ାରେ ଅଂଶଗ୍ରହଣକାରୀଙ୍କୁ ସହଭାଗିତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Comments are closed.