www.samajalive.in
Tuesday, December 9, 2025
23.1 C
Bhubaneswar

ମଦ ବେପାରୀକୁ ଧରି ପୁଲିସ ଜିମା ଦେଲେ ଏସ୍ଏଚଜି ମହିଳା

ପାଟଣା : ପାଟଣା ଥାନା ଅନ୍ତର୍ଗତ ଟଭାସରୁଆ ଗ୍ରାମ ରେ ଚୋରା ମଦ କାରବାରକୁ ନେଇ ଗ୍ରାମରେ ନାନାଦି ବିଶୃଙ୍ଖଳା ସୃଷ୍ଟି ହେଉଛି । ଅବକାରୀ ବିଭାଗ ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବାରୁ ଗ୍ରାମର ମହିଳା ଗୋଷ୍ଠୀ ଏବେ ମଦ କାରବାର ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି । ଆଜି ଟଭାସରୁଆ ଗ୍ରାମ ରେ ଚୋରା ମଦ ବିକ୍ରି କରୁଥିବା ଗ୍ରାମର ଦୁଲାଲ ମହାରଣାକୁ ଗ୍ରାମର ତିନୋଟି ମହିଳା ଗୋଷ୍ଠୀ ଏକତ୍ର ହୋଇ ମଦ ସହ ଧରିବା ପରେ ତାକୁ ବଡ଼ବିଲ ପଞ୍ଚାୟତ କାର୍ଯ୍ୟାଳୟକୁ ନେଇଥିଲେ ।

ପଞ୍ଚାୟତ ପକ୍ଷରୁ ପାଟଣା ଥାନାକୁ ଖବର ଦିଆଯିବାରେ ପାଟଣା ଥାନା ରୁ ଆଇଆଇସି ସୋମନାଥ ଜେନା , ସବ୍ ଇନ୍ସପେକ୍ଟର ଅରୁପ କୁମାର ସାମଲ ବଡ଼ବିଲ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ମହିଳା ମାନଙ୍କୁ ବୁଝାସୁଝା କରିବା ସହ ଚୋରା ମହ ବେପାରୀ ଦୁଲାଲା ମହାରଣା କୁ ଗିରଫ କରିବା ସହ ୫୦ଲିଟର ମହୁଲି ମଦ ଜବତ କରିଛନ୍ତି । ଗ୍ରାମର ମା କିଚକେଶ୍ବରୀ ଏସ୍ଏଚଜି , ଦ୍ରୋପଦୀ ବିଶ୍ବ ଏସ୍ଏଚଜି ଓ ଜୟଦୁର୍ଗା ଏସ୍ଏଚଜି ର ମହିଳା ମାନେ ଚୋରା ମଦ ଜବତ କରିବା ସହ ମଦ ବିକ୍ରେତାଙ୍କୁ ପୁଲିସ ଜିମା ଦେଇଛନ୍ତି ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories