‘ପରୀ ପାଇଁ କଥା ଟିଏ’ ନାଟକ ଦେଖି କାନ୍ଦିଲେ ଦର୍ଶକ

0

ପିପିଲି : ଶିଶୁ ଯୌନ ନିର୍ଯ୍ୟାତନା ବିରୋଧରେ ଓଡିଶା ପୁଲିସ ପକ୍ଷରୁ ରାଜ୍ୟବ୍ୟାପି ପରିକ୍ରମା କରୁଥିବା ପରୀ ରଥକୁ ଶୁକ୍ରବାର ପିପିଲିରେ ସ୍ୱାଗତ କରାଯିବା ସହ ବିପୁଳ ସଂବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ‘ପରୀ ପାଇଁ କଥା ଟିଏ’ ନାଟକକୁ ଦେଖି ଦର୍ଶକଙ୍କ ସମେତ ମନ୍ତ୍ରୀ ପ୍ରଦୀପ ମହାରଥୀ କାନ୍ଦି ପକାଇଥିଲେ।

ଶୁକ୍ରବାର ସଂନ୍ଧ୍ୟାରେ ପରୀ ରଥ ସାତଶଙ୍ଖ ବଜାର ଠାରେ ପହଞ୍ଚିବା ପରେ ସେଠାରେ ଆଶିଷ ବରାଳ, ଦିଲିପ ଦାଶଙ୍କ ନେତୃତ୍ୱରେ ୨ହଜାରରୁ ଉର୍ଦ୍ଧ ମହିଳା ଫୁଲ ପକାଇ ରଥକୁ ସ୍ୱାଗତ କରିବା ସହ ପାଛୋଟି ଆଣିଥିଲେ। ତେଇସିପୁର ବଜାର ଠାରେ ସମିତିସଭ୍ୟ ତଥା ପିପିଲି ବ୍ଲକ ଆତ୍ମାର ସଭାପତି ଧରଣୀଧର ସାହୁ, ଉମାମଣୀ ରଥ, ଉତ୍କଳମଣି ସାମ୍ବାଦିକ ସଂଘର ସାଧାରଣ ସଂପାଦକ ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେଢ ହଜାରରୁ ଉର୍ଦ୍ଧ ମହିଳା ଓ ଶିଶୁକନ୍ୟା ମାନେ ପରୀ ରଥକୁ ସ୍ୱାଗତ କରିଥିବା ବେଳେ ମଙ୍ଗଳପୁର ଠାରେ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ ରଥକୁ ସ୍ୱାଗତ କରିଥିଲେ। ମହିଳା ମହାସଂଘର ସଂପାଦିକା ନିରୁପମା ମହାପାତ୍ର, ମହିଳା ମୋର୍ଚ୍ଚାର ସଭାନେତ୍ରୀ ଜ୍ୟୋସ୍ନା ପୃଷ୍ଟିଙ୍କ ନେତୃତ୍ୱରେ ୨ ହଜାରରୁ ଉର୍ଦ୍ଧ ମହିଳାମାନେ ପରୀ ରଥକୁ ପିପିଲିରେ ଭରପୁର ସ୍ୱାଗତ କରିଥିଲେ। ସ୍ଥାନୀୟ ଜବାହର ବିଦ୍ୟାପୀଠ ପରିସରରେ ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପଞ୍ଚାୟତରାଜ ଓ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ପୁରୀ ଏସ୍‍ପି ଡ଼ଃ ସାର୍ଥକ ଷଡଙ୍ଗୀ, ପୁରୀ ଜୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟା ଜୟଶ୍ରୀ ମହାପାତ୍ର, ପିପିଲି ଏସ୍‍ଡିପିଓ ଦିଲିପ କୁମାର ତ୍ରିପାଠୀ, ଏଚ୍‍ଆର୍‍ପିସି ଡିଏସ୍‍ପି ଡି.କେ ଦାସ, ଡିଏସ୍‍ପି ପି.କେ ବିଶ୍ୱାଳ, ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ପିପିଲି ଆଇଆଇସି ଶରତ କୁମାର ସାହୁ, ସତ୍ୟବାଦୀ ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ଶିଶୁ ଯୌନ ନିର୍ଯ୍ୟାତନାକୁ ରୋକିବା ଓ ଶିଶୁକନ୍ୟାଙ୍କୁ ସୁରକ୍ଷା ଦେବା ଉପରେ ଆଲୋକପାତ କରିବା ସହ ଏହି ଅଭିଯାନକୁ ସଫଳ କରିବା ଓ ସମସ୍ତଙ୍କୁ ସଚେତନ କରାଇବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସାମ୍ବାଦିକା ଐଶର୍ଯ୍ୟା ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ, ହେମନ୍ତ ସେଠୀ ଓ ବିଜୟ କୁମାର ମହାପାତ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଏହି ଅବସରରେ ଉପସ୍ଥିତ ଶିଶୁକନ୍ୟାଙ୍କ ହାତରେ ଆକାଶକୁ ବେଲୁନ ଉଡାଇ ମନ୍ତ୍ରୀ ଶ୍ରୀ ମହାରଥୀ ଅଭିଯାନର ସଫଳତା କାମନା କରିଥିଲେ।
ପରେ ମଠସାହି ସ୍ଥିତ ପଲ୍ଲବୀ ଅନୁଷ୍ଠାନର ମୁଖ୍ୟ ପବିତ୍ର କୁମାର ପରିଡାଙ୍କ ନିର୍ଦ୍ଦେଶନାରେ କୁନିକୁନି ଶିଶୁ କଳାକାରଙ୍କୁ ନେଇ ନାଟକ ‘ପରୀ ପାଇଁ କଥା ଟିଏ’ ମଞ୍ଚସ୍ଥ ହୋଇଥିଲା। ଯୌନ ନିର୍ଯ୍ୟାତନାର ଶିକାର ଶିଶୁ କନ୍ୟାର ଆତ୍ମାର କଥାକୁ ସଙ୍ଗୀତ ଭିତ୍ତିକ ନାଟକ ମାଧ୍ୟମରେ କଳାକାରମାନେ ପରିବେଷଣ କରିଥିଲେ। ଯାହାକି ଦର୍ଶକଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରି ଦେଇଥିଲା। ମନ୍ତ୍ରୀ ଶ୍ରୀମହାରଥୀଙ୍କ ସମେତ ଉପସ୍ଥିତ ଦର୍ଶକମାନେ ଏହାକୁ ଦେଖି କାନ୍ଦି ପକାଇଥିବା ପରିଲକ୍ଷିତ ହୋଇଥିଲା।

Leave A Reply