BJD Bijuli 480×75 Mob

ପଥର ବ୍ଲାଷ୍ଟିଂ ବେଳେ ୨ ଶ୍ରମିକ ମୃତ

BJD Bijuli 480×75 Mob

ପାରଳାଖେମୁଣ୍ଡି : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବନ୍ଧଗୁଡାଗାଁ ନିକଟରେ ଥିବା କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଶ୍ରମିକ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାୟକ, ମଧୁରଛୁଆଗାଁର ବିଷ୍ଣୁ ପ୍ରସାଦ ନାୟକ । ମୃତକ ୨ ଜଣ ସମ୍ପର୍କରେ ମାମୁଁ- ଭଣଜା ଅଟନ୍ତି । ଗତକାଲି ଅପରାହ୍ଣରେ ଏହି ୨ ଜଣ ପଥର କୁଆଁରୀକୁ ଯାଇଥିଲେ । ରାତିରେ ପଥର ଫୁଟାଇବା ପାଇଁ ସେମାନେ ବିସ୍ଫୋରକ ସଂଯୋଗ କରୁଥିବାବେଳେ ତାହା ହଠାତ୍ ଫୁଟି ଯାଇଥିଲା । ଏହି ସମୟରେ ଏକ ବଡ ପଥର ତାଙ୍କ ଉପରେ ମାଡି ବସିଥିଲା । ଆଉ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୋହନା ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଶବ ଉଦ୍ଧାର କରିଥିବା ଜଣାପଡ଼ିଛି।

Comments are closed.