www.samajalive.in
Monday, December 15, 2025
24.1 C
Bhubaneswar

ପାରାଦୀପ ବନ୍ଦରରେ ଅଘଟଣ; ଡ୍ରେଜିଂ ଜାହାଜରୁ ଖସି ମେକାନିକଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏକ ଅଘଟଣ। ବୁଧବାର ବନ୍ଦର ଭିତରେ କାର୍ଯ୍ୟରତ ଥିବା ଡ୍ରେଜିଂ ଜାହାଜରୁ ଖସିପଡି ଜଣେ ମେକାନିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ୱାଇ ଅଶୋକ ତାଙ୍କ ଘର ଆନ୍ଧ୍ରର ବିଶାଖାପଟଣାରେ ବୋଲି ସୂଚନା ମିଳିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମେରାଇନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ପାରାଦୀପ ନିଷିଦ୍ଧାଞ୍ଚଳ ବର୍ଥ ମଧ୍ୟରେ ଖୋଳିବା କାର୍ଯ୍ୟରେ ନିୟୋଜିତ ଥିବା ଡ୍ରେଜିଂ ଜାହାଜରେ କୌଣସି କାରଣରୁ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା। ମରାମତି କରିବାପାଇଁ ଦୁଇଜଣ ଟେକ୍ନିସିଆନ୍ ନିୟୋଜିତ ହୋଇଥିଲେ। ସେମାନେ ପାଣିରେ ବୁଡ଼ି ମରାମତି କରୁଥିଲେ। କାର୍ଯ୍ୟ କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ୱାଇ ଅଶୋକଙ୍କ ଅଣ୍ଟାରୁ ଦଉଡ଼ିଟି ଖସି ଯାଇଥିଲା। ଦଉଡ଼ି ଖସିଯିବାରୁ ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସଂକ୍ରାନ୍ତରେ ଡ୍ରେଜିଂ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ପକ୍ଷରୁ ନେହେରୁବଙ୍ଗଳା ମେରାଇନ ପୁଲିସରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories