www.samajalive.in
Saturday, December 6, 2025
16.1 C
Bhubaneswar

କାଳବୈଶାଖୀ ଝଡ଼ ପରେ ତୁରନ୍ତ ବିଦ୍ୟୁତ୍‌ ଯୋଗାଣ ପାଇଁ ୭,୭୦୦ରୁ ଅଧିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଟିମ୍‌ ପ୍ରସ୍ତୁତ କରିଛି ଟିପିସିଓଡିଏଲ୍‌

ଭୁବନେଶ୍ୱର- ଗତ କିଛି ଦିନହେବ ଏକାଧିକ କାଳବୈଶାଖୀ ଝଡ଼ ହୋଇଥିବାରୁ କିଛି ଘଂଟା ଭିତରେ ବିଦ୍ୟୁତ ଭିତିଭୂମିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍‌ ଏହାର ୭,୭୦୦ରୁ ଅଧିକ କାର୍ଯ୍ୟରତ କର୍ମଚାରୀ, ଲାଇନ୍‌ମ୍ୟାନ୍‌ ଓ ଇଞ୍ଜିନିୟରଙ୍କୁ ମରାମତି କାର୍ଯ୍ୟରେ ମୁତୟନ କରିଯିବା ସୂଚନା ଦେଇଛି । ଅନେକ ସ୍ଥାନରେ ବିଦ୍ୟୁତ ଯୋଗଣରେ ଅନିୟମିତା ଅଭିଯୋଗ ହେଉଥିବା ବେଳେ ଗ୍ରାହକମାନଙ୍କୁ ନିରବିଚ୍ଛିନ୍ନନ ବିଦ୍ୟୁତ୍‌ ଯୋଗାଣ ପାଇଁ ଚେଷ୍ଟିତ ଥିବା କଥା କୁହାଯାଇଛି ।


କାଳ ବୈଶାଖି ତଥା ଅନ୍ୟ ପ୍ରତିକୂଳ ସମୟରେ ଏହାର କର୍ମଚାରୀମାନେ ଗ୍ରାହକମାନଙ୍କୁ ତୁରନ୍ତ ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ଚେଷ୍ଟା କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ପ୍ରଭାବିତ ଅଂଚଳର ୬,୦୦,୦୦୦ରୁ ଅଧିକ ଗ୍ରାହକ ଉପକୃତ ହୋଇପାରିଛନ୍ତି ବୋଲି ଟିପିସିଡିଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

- Advertisement -

ଟିମ୍‌କୁ ବିଦ୍ୟୁତ ଖୁଂଟ, କଣ୍ଡକ୍ଟର, ଆସେସୋରି, ହାଇଡ୍ରା ଓ ପୋଲମାଷ୍ଟର ପ୍ରଦାନ କରାଯାଇଛି ଏବଂ ରାତିରେ ପୁନରୁଦ୍ଧାର କାମ କରିବା ଲାଗି ସେମାନଙ୍କୁ ଆସ୍କା ଆଲୋକ ବ୍ୟବସ୍ଥା କରାଯାଇଛି । ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ସବୁ ପ୍ରକାର ସୁରକ୍ଷା ନିୟମକୁ ପାଳନ କରି କଠିନ ସ୍ଥିତିରେ କମ୍ପାନୀର କର୍ମଚାରୀମାନେ କାର୍ଯ୍ୟ କରୁଥିବା କୁହାଯାଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories