ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ପ୍ରତିବାଦ ସଭା
ଭୁବନେଶ୍ବର: ଗ୍ୟାସ ଦର ଅହେତୁକ ଓ କ୍ରମାଗତ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୋଧରେ ବର୍ଷିଛି ବିଜେଡି। ବୁଧବାର ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରାଯାଇଛି। ଅନେକ ବିଧାୟକ ଓ ନେତା ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି।
ଫାଙ୍କା ସିଲିଣ୍ଡର ଧରି ମହିଳା କର୍ମୀ ଓ ନେତ୍ରୀମାନେ କେନ୍ଦ୍ର ବିରୋଧରେ ଗର୍ଜିବା ସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ କରିଛନ୍ତି। ଉଜ୍ଜ୍ୱଳା ଏବେ ଅନ୍ଧାରୀ ଯୋଜନା ପାଲଟିଛି ବୋଲି କହି କେନ୍ଦ୍ରକୁ କଟାକ୍ଷ କରିଛନ୍ତି ବିଜେଡି କର୍ମୀ ଓ ନେତୃବୃନ୍ଦ। ଏହାବ୍ୟତୀତ ଗ୍ୟାସ ଦର ହ୍ରାସ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
Comments are closed.