www.samajalive.in
Saturday, December 6, 2025
15.1 C
Bhubaneswar

ସ୍ପେଶାଲ ଅଲମ୍ପିକ୍ସ – ବର୍ଲିନ ଅଭିମୁଖେ ଯାତ୍ରା କରିଛି ୨୮୦ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍‌‌

ଡେସ୍କ: ଜର୍ମାନୀରେ ଆୟୋଜିତ ହେବାକୁ ଥିବା ସ୍ପେଶାଲ ଅଲମ୍ପିକ୍ସ ୱାର୍ଲଡ ଗେମ୍‌‌ସରେ ଭାଗ ନେବା ପାଇଁ ୨୮୦ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍‌‌ ବର୍ଲିନ ଅଭିମୁଖେ ଯାତ୍ରା କରିଛି। ଭାରତୀୟ ଟିମ୍‌‌ରେ ୧୯୮ ଜଣ ଖେଳାଳି ରହିଛନ୍ତି। ପୂର୍ବରୁ ଏହି ଖେଳାଳିମାନେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍‌‌ଠାରେ ଭାରତୀୟ କ୍ରୀଡ଼ା କର୍ତ୍ତୃପକ୍ଷ ଦ୍ୱାରା ଆୟୋଜିତ ପ୍ରଶିକ୍ଷଣ କ୍ୟାମ୍ପ୍‌‌ରେ ଭାଗ ନେଇଥିଲେ।

ସ୍ପେଶାଲ ଅଲମ୍ପିକ୍ସ ୱାର୍ଲଡ୍‌‌ ଗେମ୍‌‌ସରେ ୧୯୦ଟି ଦେଶରୁ ୭ ହଜାରରୁ ଅଧିକ କ୍ରୀଡ଼ାବିତ୍‌‌ ଅଂଶ ଗ୍ରହଣ କରିବେ। ସ୍ପେଶାଲ ଅଲମ୍ପିକ୍ସ ୱାର୍ଲଡ ଗେମ୍‌‌ସ ଆସନ୍ତା ୧୭ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ପ୍ରତିଯୋଗୀମାନେ ୧୬ଟି କ୍ରୀଡ଼ାରେ ସେମାନଙ୍କର ପରାକାଷ୍ଠା ପ୍ରଦର୍ଶନ କରିବେ। କ୍ରୀଡ଼ା ମନ୍ତ୍ରଣାଳୟ ଭାରତୀୟ ଦଳ ପାଇଁ ୭ କୋଟି ଟଙ୍କା ମଞ୍ଜୁର କରିଛି। ଏହି କ୍ରୀଡ଼ା ପାଇଁ ଏହା ହେଉଛି ଏପର୍ଯ୍ୟନ୍ତ ସର୍ବାଧିକ ଅର୍ଥ ଅନୁଦାନ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories