www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ପାଳିତ ହେଉଛି ବିଶ୍ୱ ରକ୍ତଦାତା ଦିବସ

ଡେସ୍କ: ଆଜି ପାଳିତ ହେଉଛି ବିଶ୍ୱ ରକ୍ତଦାତା ଦିବସ। ଯେଉଁମାନେ ରକ୍ତଦାନ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଏହା ଦ୍ୱାରା ରକ୍ତଦାନ କରିବାକୁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରାଯାଇ ପାରୁଛି। ଚଳିତବର୍ଷ ବିଶ୍ୱ ରକ୍ତଦାତା ଦିବସର ସ୍ଲୋଗାନ ରହିଛି ‘ରକ୍ତଦାନ କର, ପ୍ଲାଜମା ଦାନ କର,ଜୀବନ ବଞ୍ଚାଅ ଓ ବାରମ୍ବାର ରକ୍ତଦାନ କର’। ଯେଉଁ ଲୋକମାନଙ୍କୁ ଆଜୀବନ ରକ୍ତ ଦିଆଯାଉଛି, ଏଥିରେ ସେମାନଙ୍କ ଉପରେ ଆଲୋକପାତ କରାଯାଇଛି। ଜଣେ ବ୍ୟକ୍ତି ରକ୍ତଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏହା ଛଡ଼ା ଏହା ମଧ୍ୟ ରକ୍ତଦାନର ଗୁରୁତ୍ୱକୁ ସର୍ବସାଧାରଣରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ରକ୍ତଦାନ କରିବାକୁ ସଂକଳ୍ପବଦ୍ଧ ହେବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି।

ଏହି ଅବସରରେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ଲୋକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କର ନିସ୍ୱାର୍ଥପର ସେବା ଯୋଗୁଁ ଅନେକ ଜୀବନ ରକ୍ଷା କରାଯାଇ ପାରୁଛି। ଏକ ବାର୍ତ୍ତାରେ, ସେ କହିଛନ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ବ୍ୟକ୍ତିମାନଙ୍କ ନିସ୍ୱାର୍ଥପର ସେବା ପାଇଁ ଆମେ ସେମାନଙ୍କ ନିକଟରେ ଚିରକୃତଜ୍ଞ। ସେ କହିଛନ୍ତି, ଏହି ଦିବସରେ ଆମେ ରକ୍ତ ଆବଶ୍ୟକ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ନିଜକୁ ଉତ୍ସର୍ଗୀକୃତ କରିବାକୁ ହେବ ଓ ରକ୍ତଦାନ କରିବା ପାଇଁ ସଚେତନତା ସୃଷ୍ଟି କରିବାକୁ ହେବ। ଶ୍ରୀ ସିହ୍ନା କହିଛନ୍ତି, ରକ୍ତଦାନ କରିବା ପାଇଁ ସାମୂହିକ ସଚେତନତା ସୃଷ୍ଟି କରାଯିବା ସବୁଠୁବେଶୀ ଆବଶ୍ୟକ ହୋଇପଡ଼ିଛି। ସେ କହିଛନ୍ତି, ଯୁବାମାନଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଉତ୍ସାହିତ କରାଯିବା ଆବଶ୍ୟକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories