ପାପଡାହାଣ୍ଡିରେ ଜିଲାସ୍ତରୀୟ ସହୀଦ ସ୍ମୃତି ଦିବସ ପାଳିତ

ଅବିଭକ୍ତକୋରାପୁଟ ଜିଲା ସ୍ୱାଧିନତା ସଂଗ୍ରାମର ମାଟି’

ନବରଙ୍ଗପୁର : ପାପଡାହାଣ୍ଡି ଠାରେ ୧୯୪୨ ମସିହା ଅଗଷ୍ଟ ୨୪ ରେ ବ୍ରଟିଶ ଗୁଳିରେ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣବଳୀ ଦେଇଥିଲୋ ଏହାକୁ ମନେ ପକାଇବା ପାଇଁ ଆଜି ଟୁରୀ ନଦୀ କୂଳରେ ଜିଲାସ୍ତରୀୟ ସହୀଦ ସ୍ମୃତିଦିବସ ପାଳନ କରାଯାଇଛି । ଏଥିରେ ଜିଲାପାଳ ଡଃ.କମଳଲୋଚନ ମିଶ୍ର ଅଧ୍ୟକ୍ଷତା କରି ସହୀଦଙ୍କର ଅମର ଆତ୍ମାର ସଦଗତି କାମନାକରିବା ସହିତ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ପାଇଁ କାମ କରିବାକୁ ଆହ୍ୱାନ କରିଥିଲେ । ମୁଖ୍ୟ ଅତିଥୀ ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଏହି ଦିବସ ପାଳନର ମହାନତା ସଂପର୍କରେ କହିବା ସହି ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଥିବା ୧୯ ଜଣ ସହୀଦଙ୍କର ସ୍ମୃତି ଚାରଣ କରିବା ସହିତ ସ୍ୱାଧୀନତା ସଂଗ୍ରାମର ଦାୟାଦମାନଙ୍କର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲୋ ଅତ୍ୟତମ ଅତିଥୀ ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ ଅବିଭକ୍ତ କୋରାପୁଟ ଜିଲାର ମହାନ ସ୍ୱାଧିନତା ସଂଗ୍ରାମ ସଂପର୍କରେ କହିବା ସହିତ ପାପଡାହାଣ୍ଡି ଗୁଳିକାଣ୍ଡ ରେ ସ୍ୱାଧିନତାପାଇଁ ସଂଗ୍ରାମୀଙ୍କର ବଳିଦାନ ଯୋଗୁଁ ଆମେ ସ୍ୱାଧୀନତା ପାଇଛୁ ବୋଲି କହିଥିଲେ ।

prayash

ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସ୍ମୃତିଚାରଣ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧିନତା ସଂଗ୍ରାମୀ ଓ ଦାୟାଦ ଙ୍କର ପାଇଁ ବହୁ ସହଯୋଗ କରିଥିବା କହିଥିଲେ । ଏଠାରେ ଏକ ସଭାଗୃହ ନିର୍ମାଣ କରାଯିବାକୁ ଘୋଷଣା କରିଥିଲୋ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଅନୁଧ୍ୟାନ କରି ସେମାଙ୍କର ସ୍ୱପକୁ ପୂରଣ କରିବାକୁ ସମସ୍ତେ କାର୍ଯ୍ୟ କରିବାକୁ କହିଥିଲୋ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଏହି ବର୍ବୋଚରିତ ଗୁଲିକାଣ୍ଡ କାରଣରୁ ନିରୀହ ସଂଗ୍ରାମୀ ମାନଙ୍କର ଜୀବନ ଚାଲି ଯାଇଥିବା କହିବା ସହିତ ସେମାନେ ଅମର ହୋଇଯାଇଥିବା କହିଥିଲେ । ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ ସ୍ୱାଧୀନତା ସଂଗ୍ରାମୀ ଙ୍କର ସମସ୍ତେ ଅନୁପ୍ରାଣୀତ ହୋଇ କାମ କରିବାକୁ ଗୁରୁତ୍ୱ ଦେଇଥିଲେ । ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ସହୀଦଙ୍କର ବଳିଦାନରେ ଦେଶ ସ୍ୱାଧୀନତାହେବା ପରେ ଶିକ୍ଷା, ସ୍ୱାସ୍ଥ୍ୟୃ ଓ ଗମାନାଗମନର ଅଧିକ ସୁଫଳ କରିବା ସହ ସରକାରୀ ଯୋଜନା ଲୋକଙ୍କର ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱ ଦେଇଥିଲେ । ଉପାଧ୍ୟକ୍ଷ ଲିପିକା ବେରୋଇ ମହାନ ସଂଗ୍ରାମୀଙ୍କର ସ୍ମୃତି ଚାରଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ମୁନା ତ୍ରିପାଠୀ ଏହି ଗୁଳିକାଣ୍ଡ ର ଇତିହାସ ସଂପର୍କରେ ଅବଗତ କରାଇଥିଲେ । ବ୍ଳକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଇତିହାସର ଏହି ସ୍ୱାଧିନତା ସଂଗ୍ରାମ କୁ ପାଠ୍ୟକ୍ରମରେ ସାମିଲ କରିବାକୁ ମତ ଦେଇଥିଲେ । ସ୍ୱାଧିନତା ସଂଗ୍ରାମର ଦାୟାଦ ସରାଜୁଦ୍ଦୀନ ଅହମ୍ମଦ ସଂଗ୍ରାମୀମାଟିର ମହାନତା ସଂପର୍କରେ କହିଥିଲୋ ପରେ ସ୍ୱାଧୀନତା ସଂଗ୍ରାମୀ୍‍ଙ୍କର ଦାୟାଦ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବ୍ଳକ ଅଧ୍ୟକ୍ଷା ହେମଲତା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲା ସୂଚନା ଓ ଲୋକ ସଂପର୍କ ଅଧିିକାରୀ ହଳଧର ନିଆଲ ପରିଚାଳନା କରିଥିଲେ । ଏହି ଅବସରରେ ପୂର୍ବରୁ ଟୁରୀ ନଦୀରେ ସହିଦଙ୍କର ଉଦ୍ଦେଶ୍ୟରେ ତିଳ ତର୍ପଣ , ତୋପସଲାମୀ ,ସର୍ବଧର୍ମପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ପରେ ଅନ୍ୟମାନକର ମଧ୍ୟରେ ଅତିରକ୍ତ ଜିଲାପାଳ ଭାସ୍କର ରଇତ, ଜିଲା ପରିଷଦର ମୁଖ୍ୟ ଉନ୍ନୟନଅଧିକାରୀ ରତ୍ମାକର ସାହୁ , ବିଡିଓ ରଞିତା ମଲ୍ଲିକ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପାପଡାହାଣ୍ଡି ତହସିଲଦାର, ନବରଙ୍ଗପୁର ବିଡିଓ ଓ ତହସିଲଦାର ସମେତ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ,ଲୋକ ପ୍ରତିନିଧି , ଜିଲାପରିଷଦ ସଭ୍ୟସଭ୍ୟା, ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ଉପସ୍ଥିତଥିଲେ

Comments are closed.