ପଞ୍ଚାୟତ ନିର୍ବାଚନରେ ଭଡା ନେଇନଥିବା ଯାନର କାଗଜପତ୍ର ଦାଖଲ ଲାଗି ନିର୍ଦ୍ଦେଶ
କେନ୍ଦୁଝରଗଡ଼ : ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ହୋଇଥିବା ଯାନର ଭଡା ବାବଦ ଅର୍ଥ ଯେଉଁ ମାଲିକ ମାନେ ଅଦ୍ୟାବଧି ନେଇ ନାହାନ୍ତି ସେହି ଯାନର ମାଲିକ ମାନେ ନିୟୋଜିତ ଯାନର ଆବଶ୍ୟକ କାଗଜପତ୍ର ଆସନ୍ତା ୭ ଦିନ ମଧ୍ୟରେ ଜିଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟରେ ତୁରନ୍ତ ଦାଖଲ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାନୁଯାୟୀ ନିୟୋଜିତ କେତେକ ଯାନ ମଧ୍ୟରୁ ଅନେକ ଯାନର ମାଲିକ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିନଥିବାରୁ ସେମାନଙ୍କ ଭଡା ବାବଦ ପ୍ରାପ୍ୟ ପ୍ରଦାନ କରାଯାଇ ପାରୁନାହିଁ । ତେଣୁ ଆସନ୍ତା ୭ ଦିନ ମଧ୍ୟରେ ଭଡା ପାଇବାକୁ ଥିବା ଯାନର ପଞ୍ଜିକୃତ ପ୍ରମାଣପତ୍ରର ନକଲ, ଭଡାରେ ନିୟୋଜିତ ରିକ୍ୟୁଜିସନର ନକଲ, ଯାନ ମାଲିକଙ୍କ ବ୍ୟାଙ୍କ ପାସ୍ ବହିର ନକଲ ଓ ଆଧାର କାର୍ଡର ନକଲ ଜିଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟରେ ତୁରନ୍ତ ଦାଖଲ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.