www.samajalive.in
Monday, December 15, 2025
24.1 C
Bhubaneswar

କ’ଣ ଆପଣଙ୍କ ହାତରେ ରହିଛି ଏହି ଶୁଭ ଚିହ୍ନ, ଏପରି ବ୍ୟକ୍ତି ରଚିଥା’ନ୍ତି ଇତିହାସ

ହସ୍ତରେଖା ଜ୍ୟୋତିଷବିଦ୍ୟା ଅନୁସାରେ ହାତ ପାପୁଲିରେ ଦେଖା ଦେଉଥିବା ବିଭିନ୍ନ ପ୍ରକାର ଚିହ୍ନ ଓ ରେଖା ବ୍ୟକ୍ତିର ଭବିଷ୍ୟତ ଓ ସ୍ୱଭାବ ବିଷୟରେ ସୂଚନା ଦେଇଥାଏ। ପାପୁଲିରେ ଶଙ୍ଖ, ତ୍ରିଶୁଳ, ତ୍ରିଭୁଜ, ବର୍ଗ ଓ ରଥ ଭଳି ଅନେକ ଆକୃତି ଦେଖାଦେଇଥାଏ, ଯାହାର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଏହିସବୁ ଚିହ୍ନ ବ୍ୟତୀତ ଯଦି କୌଣସି ବ୍ୟକ୍ତିଙ୍କ ପାପୁଲି ମଝିରେ ଇଂରାଜୀ ଅକ୍ଷର ‘ଏମ୍‍’ ର ଆକୃତି ହେଉଥାଏ, ତେବେ ତାହାକୁ ବହୁତ ଶୁଭ ଚିହ୍ନ ବୋଲି କୁହାଯାଇଥାଏ। ଚାଲନ୍ତୁ ଜାଣିବା ହସ୍ତରେଖା ବିଦ୍ୟା ଅନୁସାରେ ପାପୁଲିରେ ‘ଏମ୍‍’ ଚିହ୍ନ ରହିବାର ବିଶେଷତ୍ୱ –

ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ ‘ଏମ୍‍’ ଚିହ୍ନ ଦେଖାଦେଇଥାଏ ସେହି ବ୍ୟକ୍ତି ଭବିଷ୍ୟତରେ ଘଟିବାକୁ ଥିବା ଘଟଣାର ଆଭାସ ପୂର୍ବରୁ ପାଇ ଯାଇଥାଆନ୍ତି। ଅର୍ଥାତ୍‍ ତାଙ୍କର ପୂର୍ବାନୁମାନ ଶକ୍ତି ରହିଥାଏ। ଏହି ବ୍ୟକ୍ତିଙ୍କୁ ପୂର୍ବାନୁମାନର ଆଭାସ ହେବା ଦ୍ୱାରା ସେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଦେଇଥାଆନ୍ତି। ଏହି କାରଣରୁ ତାଙ୍କୁ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ଅଧିକ ରହିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ପାପୁଲିରେ ଜୀବନ ରେଖା, ହୃଦୟ ରେଖା ଓ ମସ୍ତିଷ୍କ ରେଖା ପାଖରେ ‘ଏମ୍‍’ ଅକ୍ଷର ଚିହ୍ନ ଦେଖାଦେଉଛି, ତେବେ ସେ ବ୍ୟକ୍ତି ଭଲ ନେତା ବା ଦଳପତି ହୋଇଥାଆନ୍ତି। ସେ ବ୍ୟକ୍ତିଙ୍କର ନେତୃତ୍ୱ ନେବା କ୍ଷମତା ରହିଥାଏ ଓ ସେ କୌଣସି ବଡ଼ ରାଜନୈତିକ ପଦ ହାସଲ କରିଥାଆନ୍ତି। ଯେଉଁ ବ୍ୟକ୍ତିଙ୍କ ପାପୁଲିରେ ‘ଏମ୍‍’ ଅକ୍ଷର ଚିହ୍ନ ରହିଥାଏ ତାଙ୍କର କଳ୍ପନାଶକ୍ତି ବହୁତ ଭଲ ହୋଇଥାଏ। ଏହି ବ୍ୟକ୍ତି ବିଶ୍ୱ ପ୍ରସିଦ୍ଧ ଚିତ୍ରକାର, ଲେଖକ ଓ ସାହିତ୍ୟିକ ହୋଇଥା’ନ୍ତି। ଏମାନଙ୍କ ପାଖରେ ଧନର ଅଭାବ ହୋଇନଥାଏ। ଏହି ବ୍ୟକ୍ତି ଯେଉଁଥିରେ ହାତ ଦିଅନ୍ତି ସେ କାର୍ଯ୍ୟ ନିଶ୍ଚୟ ସଫଳ ହୋଇଥାଏ।

- Advertisement -

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories