www.samajalive.in
Monday, December 8, 2025
14.1 C
Bhubaneswar

ପାପୁଲି ରେଖାରୁ ଜାଣନ୍ତୁ ଆପଣଙ୍କ ଭାଗ୍ୟ ସମ୍ବନ୍ଧରେ ..

ପ୍ରତ୍ୟେକ ବ୍ୟକ୍ତିର ହାତ ପାପୁଲିରେ ବହୁତ ପ୍ରକାରର ଚିହ୍ନ ରହିଥାଏ। ସେଥିମଧ୍ୟରୁ କିଛି ଶୁଭ ହୋଇଥାଏ ତ କିଛି ଅଶୁଭ ହୋଇଥାଏ। ବ୍ୟକ୍ତିର ପାପୁଲିରେ ରହିଥିବା ଅନେକ ରେଖା ମଧ୍ୟରୁ ଭାଗ୍ୟ ରେଖାର ବିଶେଷ ମହତ୍ତ୍ୱ ରହିଛି। ଯଦି ଭାଗ୍ୟ ରେଖା ଶୁଭ ସ୍ଥାନରେ ରହିଥାଏ ତେବେ ବ୍ୟକ୍ତି ଜୀବନରେ ଅନେକ ପରିବର୍ତ୍ତନ ଦେଖା ଦେଇଥାଏ। ଆସନ୍ତୁ ଏହି ରେଖା ସମ୍ବନ୍ଧରେ କିଛି ବିଶେଷ କଥା ଜାଣିବା:
ଯଦି ହାତର ପାପୁଲିରେ ଭାଗ୍ୟରେଖା ମଣିବନ୍ଧରୁ ଆରମ୍ଭ ହୋଇଥାଏ ତେବେ ବ୍ୟକ୍ତି ନିଜ ଜୀବନରେ ଉନ୍ନତି କରିଥାଏ। ଏପରି ବ୍ୟକ୍ତିଙ୍କ ଭାଗ୍ୟ ଅତି ଉଜ୍ୱଳ ହୋଇଥାଏ। ଯେକୌଣସି କାର୍ଯ୍ୟ କରିବା ସମୟରେ ଭାଗ୍ୟ ସର୍ବଦା ସାଥିରେ ରହିଥାଏ। ଏପରି ଯୋଗକୁ ଗଜଲକ୍ଷ୍ମୀ ଯୋଗ କୁହାଯାଏ।
ଯଦି କୌଣସି ବ୍ୟକ୍ତିର ପାପୁଲିରେ ସୂର୍ଯ୍ୟ ରେଖା ବାହାରି ଗୁରୁ ପର୍ବତ ପର୍ଯ୍ୟନ୍ତ ଯାଇଥାଏ, ତେବେ ସେ ବ୍ୟକ୍ତି ଯେକୌଣସି ସରକାରୀ କର୍ମଚାରୀ ହୋଇପାରିବେ।
ହାତ ପାପୁଲିର ଛୋଟ ଆଙ୍ଗୁଠି (କାଣି ଆଙ୍ଗୁଠି)ରେ ତ୍ରିଭୂଜ ଆକୃତିର ଚିହ୍ନ ରହିଥାଏ, ତେବେ ସେ ବ୍ୟକ୍ତି ଉଚ୍ଚ ପଦରେ ରହିବାର ସମ୍ଭାବନା ରହିଥାଏ।
ହାତର ଯେକୌଣସି ଆଙ୍ଗୁଠିରେ ଯଦି ଚକ୍ର ପରି କିଛି ଚିହ୍ନ ରହିଥାଏ, ତେବେ ସେହି ବ୍ୟକ୍ତି ଯେକୌଣସି କାର୍ଯ୍ୟ କଲେ ସଫଳତା ପାଇଥାନ୍ତି। ଏପରି ବ୍ୟକ୍ତିଙ୍କୁ ସଫଳତା ବହୁତ ଶୀଘ୍ର ମିଳିଥାଏ।
ଯଦି ଭାଗ୍ୟରେଖା ପାପୁଲିରେ ଚନ୍ଦ୍ର ପର୍ବତ ଠାରୁ ଆରମ୍ଭ ହୋଇ କିଛି କଟା ଚିହ୍ନ ନ ଥାଇ ଠିକ ରୂପେ ରହିଥାଏ, ତେବେ ସେହି ବ୍ୟକ୍ତିକୁ ଜୀବନରେ ସବୁ ସୁଖ ଆରାମରେ ମିଳିଥାଏ। ଯେକୌଣସି କାର୍ଯ୍ୟକୁ ସଫଳତାର ସହ ଆଗେଇ ନେଇପାରନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories