www.samajalive.in
Tuesday, December 9, 2025
17.1 C
Bhubaneswar

ସମଝୌତା ପରେ ’ଥର ଏକ୍ସପ୍ରେସ’ ଚଳାଚଳ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ କ୍ରୋଧରେ ଜର୍ଜରିତ ହେଉଥିବା ପାକିସ୍ତାନ ଗୁରୁବାର ସମଝୌତା ଏକ୍ସପ୍ରେସ ବନ୍ଦ କରିବା ପରେ ଶୁକ୍ରବାର ଥର ଏକ୍ସପ୍ରେସଚ ଚଳାଚଳକୁ ବନ୍ଦ କରିଦେଇଛି। ଏହାସହ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ରେଳ ଯୋଗାଯୋଗ ବନ୍ଦ ହୋଇଯାଇଛି।

ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରାସିଦ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯ ଭାରତର ମୋନାବାଓରୁ ପାକିସ୍ତାନର ଖୋକରାପାର ଟାଉନକୁ ଚଳାଚଳ କରୁଥିବା ସାପ୍ତାହିକ ଟ୍ରେନ ‘ଥର ଏକ୍ସପ୍ରେସ’କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁଁ ରେଳ ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ରେଳ ଚଳାଳଳ ହେବ ନାହିଁ।
ପ୍ରକାଶ ଯେ ଗୁରୁବାର ୱାଘା ସୀମାରେ ସମୌଝତା ଏକ୍ସପ୍ରେସକୁ ପାକିସ୍ତାନ ଅଟକାଇ ଦେଇଥିଲା। ପାକିସ୍ତାନ ପକ୍ଷରୁ ସମଝୌତା ଏକ୍ସପ୍ରେସ ଚଳାଚଳକୁ ବନ୍ଦ କରାଯାଇଥିବା ତାଙ୍କ ରେଳ ମନ୍ତ୍ରୀ ଘୋଷଣା କରିଥିଲେ। ଫଳରେ ଭାରତରୁ ରେଳ କର୍ମଚାରୀ ଯାଇ ସମଝୌତା ଏକ୍ସପ୍ରେସକୁ ଅଟାରିକୁ ନେଇ ଆସିଥିଲେ। ଏହା ମଧ୍ୟରେ ପାକିସ୍ତାନ ଭାରତ ବିରୋଧରେ ଅନେକ ପଦକ୍ଷେପ ନେଇଛି। ପାକିସ୍ତାନ ଭାରତ ସହ ସମସ୍ତ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିବା ସହ ଦ୍ୱିପାକ୍ଷିକ ବାଣିଜ୍ୟ ବନ୍ଦ କରିଛି। ପାକିସ୍ତାନରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି ଓ ଭାରତ ପାଇଁ କେତେକ ଆକାଶ ପଥକୁ ବନ୍ଦ କରିଦିଆଯାଇଛି। ପାକିସ୍ତାନର ଏଭଳି ପଦକ୍ଷେପ ଦୁଇ ଦେଶର ସମ୍ପର୍କକୁ ଅଧିକ ତିକ୍ତ କରିବାରେ ଲାଗିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories