୧୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ
ଇସଲାମାବାଦ : ସଦଭାବନା ନିଦର୍ଶନ ସ୍ୱରୁପ ପାକିସ୍ତାନ ରବିବାର ୧୦୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରଠାରୁ ଦୁଇ ଦେଶର ସମ୍ପର୍କ ତିକ୍ତ ଥିବାବେଳେ ପାକିସ୍ତାନର ଏହି ପଦକ୍ଷେପ ଉତ୍ତେଜନା ପ୍ରଶମିତ କରିବାରେ ସହାୟକ ହେବ ବୋଲି କୁହାଯାଉଛି।
ପାକିସ୍ତାନ ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ରିପୋର୍ଟ ଅନୁସାରେ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଲାହୋରକୁ ନିଆଯାଇଛି। ସେଠାରୁ ସେମାନଙ୍କୁ ୱାଘା ସୀମାକୁ ନେଇ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ଏହା ଦ୍ୱାରା ଦୁଇ ଦେଶର ସମ୍ପର୍କ ସୁଧୁରିବ ବୋଲି ପାକିସ୍ତାନ ଆଶା ବ୍ୟକ୍ତ କରିଛି।
Comments are closed.