ଆଇପିଏଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ
ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନ ମଙ୍ଗଳବାର ନିଜ ଦେଶରେ ଭାରତୀୟ ପ୍ରମିୟର ଲିଗ୍ (ଆଇପିଏଲ) ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛି।
ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତ ପାକିସ୍ତାନ କ୍ରିକେଟକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦର୍ଶାଯାଇଛି। ସେ କହିଛନ୍ତି ଯେ ଭାରତ ପାକିସ୍ତାନ ଲିଗ୍ ଓ କ୍ରିକେଟକୁ କ୍ଷତି ପହଞ୍ଚାଇବା ପାଇଁ ସଂଗଠିତ ପ୍ରୟାସ କରୁଥିବାରୁ ଏଠାରେ ଭାରତର ଘରୋଇ ଟୁର୍ଣ୍ଣାମେଣ୍ଟର ପ୍ରସାରଣକୁ ସ୍ୱୀକୃତି ଦିଆଯିବ ନାହିଁ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ଅଧିକାରୀକ ପ୍ରସାରଣକର୍ତ୍ତା ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ପ୍ରସାରଣ କରିବାକୁ ମନା କରିଦେଇଥିଲା। ଭାରତୀୟ କମ୍ପାନୀ ଆଇଏମ୍ଜି ରିଲାଏନ୍ସ ମଧ୍ୟ ଅନ୍ୟ ଦେଶରେ ପିଏସ୍ଏଲ ପ୍ରସାରଣକୁ ବନ୍ଦ କରିଦେଇଥିଲା। ପାକିସ୍ତାନର ସବୁଠି ଆଇପିଏଲ ପ୍ରସାରଣ ରୋକିବାକୁ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣକୁ ନିର୍ଦେଶ ଦିଆଯାଇଛି।
Comments are closed.