ନୂତନ ସରକାର ଦାୟିତ୍ୱ ଗ୍ରହଣ ପରେ ପାଇକଙ୍କ ଉନ୍ନତି ଓ ପାଇକ ସ୍ମାରକୀ କାର୍ଯ୍ୟ ତ୍ୱରାନ୍ୱିତ ହେବ-ପାଇକ ମହାସଂଘ
ଭୁବନେଶ୍ୱର : ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଦାୟିତ୍ୱ ଗ୍ରହଣ କରିଥିବାରୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ନୂତନ ମନ୍ତ୍ରୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି ଯେ ନୂତନ ସରକାର ଦାୟିତ୍ୱ ଗ୍ରହଣ ପରେ ପାଇକ ମାନଙ୍କର ଉନ୍ନତି ତଥା ଖୋର୍ଦ୍ଧା ବରୁଣାଇ ଠାରେ ପାଇକ ସ୍ମାରକୀ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହିତ ପାଇକ ଏକାଡ଼େମୀ କାର୍ଯ୍ୟ ସମାପନ ହେବ। ତତ୍ ସହିତ ପାଇକ ଆଖଡ଼ା ବା ସମର କଳାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବେ ବୋଲି ମହାସଂଘ ଆଶା ବ୍ୟକ୍ତ କରିଛି।
ରାଜ୍ୟ ସଂଯୋଜକ କେଦାର ଦାସ, ରାଜ୍ୟ ସମ୍ପାଦକ ପ୍ରଫେସର୍ ଡ଼ଃ ଗାୟନ ସାମଲ, ଖୋର୍ଦ୍ଧା ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ମୁଖପାତ୍ର ରାଜୀବ ନୟନ ରଥ, ଗୁରୁ ଭାସ୍କର ସୁନ୍ଦରାୟ, କଣାଷ ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, କଟକ ଜିଲା ସଭାପତି ରାଜକିଶୋର ବେହେରା, ଉପଦେଷ୍ଟା ଭୀମସେନ ବିଶ୍ୱାଳ, ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଛନ୍ତି।
Comments are closed.