ପାର୍ବଣରେ ଝଲସୁଛି ବାଣିଜ୍ୟକ ସହର ପଦ୍ମପୁର
ପଦ୍ମପୁର: ଦୁର୍ଗା ପୂଜା ପାଇଁ ଚଳ ଚଞ୍ଚଳ ହୋଇଉଠିଛି ପଦ୍ମପୁର ସହର। ଆରମ୍ଭ ହୋଇଛି ଶରଦୀୟ ଦୂର୍ଗାପୂଜା ଉତ୍ସବ। ପୂଜା ପାଇଁ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଅଞ୍ଚଳର ବିଭିନ୍ନ ମଣ୍ଡପରେ ଦେବୀ ଦୂର୍ଗାଙ୍କ ମୃଣ୍ମୟ ମୁର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା ଅରମ୍ଭ କରାଯିବା ସହିତ ଭକ୍ତି ଓ ଭାବାବେଗରେ ମା’ଙ୍କୁ ଆବାହନ କରାଯାଇଛି। ମଣ୍ଡପରେ ଦେବୀ ଦୂର୍ଗା ଓ ପାର୍ଶ୍ବ ଦେବାଦେବୀମାନଙ୍କୁ ରୀତି ନୀତିରେ ପୂଜାଚ୍ଚର୍ନା କରାଯିବା ସହିତ ହୋମଯଜ୍ଞର ଆୟୋଜନ କରାଯାଉଛି। ମଣ୍ଡପକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଦେବୀ ଦର୍ଶନ ସାଜସଜ୍ଜା ଦେଖିବା ପାଇଁ ମହାଅଷ୍ଟମୀ ସଂଧ୍ୟାରେ ପୂଜା ମଣ୍ଡପ ମାନଙ୍କରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।
ମା’ ଖିଲାମୁଣ୍ଡାଙ୍କ ସମେତ ବିଭିନ୍ନ ପୀଠରେ ଦେବୀଙ୍କ ପୂଜାର୍ଚ୍ଚନା ଶ୍ରଦ୍ଧା ଓ ଭକ୍ତି ସହକାରେ ଅନୁଷ୍ଠିତ ହେଉଛି। ବେଲ ବରଣ ଠାରୁ ବିଭିନ୍ନ ଉପଚାର ପୂଜା ସହିତ ପ୍ରତିଦିନ ଅନୁଷ୍ଠିତ ଯଜ୍ଞାନୁଷ୍ଠାନରେ ବହୁ ଶ୍ରଦ୍ଧାଳୁ ଯୋଗଦେଇ ପୂଜାର୍ଚ୍ଚନା ଓ ଭୋଗରାଗ କରିବା ସହିତ ଯଜ୍ଞରେ ଆହୁତି ପ୍ରଦାନ କରୁଛନ୍ତି। ପୂଜା ମଣ୍ଡପ ରେ ଆର୍କଷଣୀୟ ତୋରଣରେ ସଜ୍ଜିତ କରାଯାଇଥିବା ବେଳେ ସୁନ୍ଦର ଆଲୋକ ମାଳରେ ଝଲସି ଉଠିପଡିଛି। ପୂଜା ମଣ୍ଡପ ରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
Comments are closed.