www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଓଡ଼ିଶାରେ ବିଜେପି ସରକାର ଆସିଲେ ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ହେବ

ଅନୁଗୋଳ: ଅନୁଗୋଳ ଜନସମାବେଶରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଚାଷୀମାନଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ଚାଷୀମାନେ ଅବହେଳିତ ଅବସ୍ଥାରେ ରହିଥିବାରୁ ଏଥର ବିଜେପି ସରକାର ଆସିଲେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମାବେଶରେ ଉଦବୋଧନ ସମୟରେ ମୋଦୀ କହିଥିଲେ, ଆଜି ବି ଓଡ଼ିଶାର ଚାଷୀ ଏବଂ ଯୁବବର୍ଗ କଷ୍ଟରେ ରହିଛନ୍ତି। ଏଥର ଡବଲ ଇଞ୍ଜିନ ସରକାର ହେଲେ ଚାଷୀଙ୍କ ସମସ୍ୟା ପ୍ରତି ବିଜେପି ସରକାର ଧ୍ୟାନ ଦେବ। ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୩୧୦୦ ଟଙ୍କା କରାଯିବ। ମଣ୍ଡିରେ ଧାନ ଉଠିବାର ୪୮ ଘଣ୍ଟା ଭିତରେ ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦିଆଯିବ। ସେହିପରି କ ଟନୀଛଟନୀ ବ୍ୟବସ୍ଥାକୁ ଉଚ୍ଛେଦ କରାଯିବ ଏବଂ ମଣ୍ଡିରେ ଇଲେକ୍ଟ୍ରିକ ମେଶିନ ଲଗାଯିବ।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ ଢେଙ୍କାନାଳ ଏବଂ ସମ୍ବଲପୁରର ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ। ଆସନ୍ତା ୨୫ ତାରିଖରେ ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ଏହି ଦୁଇ ଆସନରେ ଭୋଟଗ୍ରହଣ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories