ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୦୭ ପ୍ରତିଶତ ମତଦାନ; ଜାଣନ୍ତୁ କେଉଁଠି କେତେ

ଭୁବନେଶ୍ୱର: ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୧.୦୭ପ୍ରତିଶତ ମତଦାନ ହୋଇଛି। ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯ ପ୍ରତିଶତ, ବରଗଡ ଲୋକସଭା କ୍ଷେତ୍ରରେ ୨୨.୯୫ପ୍ରତିଶତ, ଆସିକା ଲୋକସଭାରେ ୨୧.୫୩ ପ୍ରତିଶତ, ବଲାଙ୍ଗୀର ଲୋକସଭାରେ ୧୭.୯୦ ପ୍ରତିଶତ, କନ୍ଧମାଳ ଲୋକସଭାରେ ୨୧.୧୯ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ ବରଗଡ ଲୋକସଭାରେ ୨୨.୯୫ପ୍ରତିଶତ ଭୋଟ ପଡିଥିବା ବେଳେ ସର୍ବନିମ୍ନ ବଲାଙ୍ଗୀରେ ୧୭.୯୦ପ୍ରତିଶତ ହୋଇଛି।

ସେହିପରି ଆସ୍କା ବିଧାନସଭାରେ ୨୦.୯୫ ପ୍ରତିଶତ, ଅତିବିରା ୨୨ପ୍ରତିଶତ, ବାଲିଗୁଡାରେ ୧୮.୮୦ ପ୍ରତିଶତ, ବରଗଡରେ ୨୦.୬୨ପ୍ରତିଶତ, ଭଞ୍ଜନଗରରେ ୨୫ପ୍ରତିଶତ, ଭଟ୍ଟଲୀରେ ୨୩.୫୦ପ୍ରତିଶତ, ବିଜେପୁରରେ ୨୨.୫୦ପ୍ରତିଶତ, ବୀରମିତ୍ରପୁରରେ ୨୩.୬୬ପ୍ରତିଶତ, ବୀରମହାରାଜପୁରରେ ୨୦ପ୍ରତିଶତ, ବଲାଙ୍ଗୀରରେ ୧୪.୯୬ପ୍ରତିଶତ, ବଣେଇ ୩୪.୫୬ପ୍ରତିଶତ, ବୌଦ୍ଧ ୨୧.୫୯ ପ୍ରତିଶତ, ବ୍ରଜରାଜନଗର ୨୫.୫୨ପ୍ରତିଶତ, ଦଶପଲ୍ଲା, ୨୦.୯୭ପ୍ରତିଶତ, ଜି ଉଦୟଗିରି ୨୧.୮୫ପ୍ରତିଶତ, ହିଞ୍ଜିଳି ୨୨.୦୫ପ୍ରତିଶତ, ଝାରସୁଗୁଡା ୨୫.୧୩ପ୍ରତିଶତ, କବିସୂର୍ଯ୍ୟନଗର ୨୧.୮୩ପ୍ରତିଶତ, କଣ୍ଟାବାଞ୍ଜି ୧୧.୫୮ପ୍ରତିଶତ, କଣ୍ଟାମାଳ ବିଧାନସଭାରେ ୨୧.୯୦ପ୍ରତିଶତ ମତଦାନ ହୋଇଛି।

ସେହିପରି ଖଲ୍ଲିକୋଟରେ ୧୯.୬୮ପ୍ରତିଶତ, ଲୋଇସିଂହାରେ ୧୯.୮୪ପ୍ରତିଶତ, ପଦ୍ମପୁରରେ ୧୭.୫୦ ପ୍ରତିଶତ, ପାଟଣାଗଡରେ ୧୮.୩୪ପ୍ରତିଶତ, ଫୁଲବାଣୀରେ ୧୭.୨୦ପ୍ରତିଶତ, ପୋଲସରରେ ୨୧.୫୭ପ୍ରତିଶତ, ରଘୁନାଥପାଲ୍ଲୀରେ ୨୨.୬୯ପ୍ରତିଶତ, ରାଇରଙ୍ଗପୁରରେ ୧୮.୨୫ପ୍ରତିଶତ, ରାଉରକେଲାରେ ୧୮.୯୭ପ୍ରତିଶତ, ସାନଖେମୁଣ୍ଡି ୨୨.୦୫ପ୍ରତିଶତ, ସୋନପୁର ୨୦ପ୍ରତିଶତ, ସୁନ୍ଦରଗଡ ୨୦ପ୍ରତିଶତ, ସୋରଡାରେ ୨୨.୫୦ପ୍ରତିଶତ, ତଳସରାରେ ୧୭.୨୩ପ୍ରତିଶତ, ଟିଟିଲାଗଡରେ ୨୧.୨୮ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆପ୍‌‌ ଜରିଆରେ ସୂଚନା ଦେଇଛନ୍ତି।

Comments are closed.