ଗୋପାଳପୁର : ଖଣ୍ଡାରେ ବିଜେପି କର୍ମୀ ଙ୍କୁ ଆକ୍ରମଣ ଘଟଣା। ଗତ ଶୁକ୍ରବାର ସନ୍ଧ୍ୟାରେ ଖଣ୍ଡା ଆକ୍ରମଣରେ ୩ ବିଜେପି କର୍ମୀଙ୍କ ସମେତ ଦୁଇ ବ୍ୟବସାୟୀ ଆହତ ହୋଇଥିଲେ। ପୁଲିସ୍ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଆଧାରରେ ପୁଲିସ ୨ ସ୍ଥାନୀୟ ବିଜେଡି ନେତାଙ୍କୁ ଗୋଳନ୍ଥରା ଥାନା ରେ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ପଟେ ପୁଲିସ ପକ୍ଷରୁ ଚାପରେ ପଡି ଦୁଇ ବିଜେଡି ନେତାଙ୍କୁ ଅଟକ ନେଇ ବ୍ରହ୍ମପୁର ର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ବରୀ ଦୋରା, ବ୍ରହ୍ମପୁର ମହାନଗର ଡେପୁଟି ମେୟର ବିବେକ ରେଡ୍ଡୀ, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ, ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ ଦାସ ,ଏସ ଧର୍ମରାଜ ରେଡ୍ଡୀ ପ୍ରମୁଖ ନେତା ବ୍ରହ୍ମପୁର ଏସପିଙ୍କୁ ଭେଟି ଆଲୋଚନା କରିବା ସହ ସତ୍ୟାସତ୍ୟ ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି।



