www.samajalive.in
Saturday, December 6, 2025
14.1 C
Bhubaneswar

ରେକର୍ଡ଼ ଭାଙ୍ଗିଲା ସୁନା ଦର, ଚିନ୍ତାରେ ଗ୍ରାହକ

ସମାଜ ଡିଜିଟାଲ ଡେସ୍କ: ଏପଟେ ବିବାହ ଋତୁକୁ ସେପଟେ ସୁନାଦର ଆକାଶ ଛୁଆଁ। ମୁଣ୍ଡରେ ହାତ ଦେଇ ବସିଛନ୍ତି ଗ୍ରାହକ। ଗତ କିଛି ଦିନ ମଧ୍ୟରେ ଲଗାତର ଭାବେ ବଢିଚାଲିଛି ସୁନାର ମୂଲ୍ୟ। ମଙ୍ଗଳବାର ଦେଶରେ ସର୍ବକାଳୀନ ରେକର୍ଡ଼ ଭାଙ୍ଗିଛି ସୁନାଦର। ୨୪ କ୍ୟାରେଟ୍‌ ସୁନା ଦାମ୍ ୮୭୦ ଟଙ୍କା ବୃଦ୍ଧି ପାଇଥିବାବେଳେ ୨୨ କ୍ୟାରେଟ୍‌ ସୁନା ୮୦୦ ଟଙ୍କା ବଢିଛି। ଆଜି ୨୪ କ୍ୟାରେଟ୍‌ ସୁନା ଦାମ୍‌ ୮୭ ହଜାର ୯୩୦ ଟଙ୍କାରେ ପହଞ୍ଚିଛି ଏବଂ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୮୦ ହଜାର ୬୦୦ ଟଙ୍କା ହୋଇଛି। ସେହିପରି ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ୬୫ ହଜାର ୯୫୦ ଟଙ୍କାରେ ପହଞ୍ଚିଛି, ଯାହା ସୋମବାର ୬୫ ହଜାର ୨୯୦ ଟଙ୍କା ଥିଲା। ଅପରପକ୍ଷେ, କିଲୋ ପ୍ରତି ୯୫ ହଜାର ୩୩୭ ଟଙ୍କାରେ ପହଞ୍ଚିଛି ରୂପା ଦର।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories