ପିଏମ ସୂର୍ଯ୍ୟଘର ଯୋଜନାରେ ୧କୋଟିରୁ ଅଧିକ ପଞ୍ଜିକରଣ
ନୂଆଦିଲ୍ଲୀ: ପିଏମ ସୂର୍ଯ୍ୟଘର ଯୋଜନାରେ ୧କୋଟିରୁ ଅଧିକ ପଞ୍ଜିକରଣ ହୋଇଛି। ଯୋଜନା କାର୍ଯ୍ୟକାରୀ ହେବାର ମାତ୍ର ୧ମାସ ଭିତରେ କୋଟିଏରୁ ଅଧିକ ପରିବାର ସୂର୍ଯ୍ୟଘର ଲାଗି ପଞ୍ଜିକରଣ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଗଣା ବିଜୁଳି ଯୋଜନାରେ ଦେଶରେ ୧କୋଟି ଘରକୁ ସୌର ବିଦ୍ୟୁତ ସୁବିଧା ପ୍ରଦାନ କରିବା ନେଇ ଘୋଷଣା କରିଥିଲେ।
Outstanding news!
In about a month since it was launched, over 1 crore households have already registered themselves for the PM-Surya Ghar: Muft Bijli Yojana.
Registrations have been pouring in from all parts of the nation. Assam, Bihar, Gujarat, Maharashtra, Odisha, Tamil…
— Narendra Modi (@narendramodi) March 16, 2024
ଏକ୍ସରେ ପୋଷ୍ଟ କରି ମୋଦୀ ଲେଖିଛନ୍ତି ଯେ ଆସାମ, ବିହାର, ଗୁଜୁରାଟ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ ଓ ଉତ୍ତରପ୍ରଦେଶ ପରି ରାଜ୍ୟରେ ୫ଲକ୍ଷରୁ ଅଧିକ ଲୋକ ପଞ୍ଜିକରଣ କରିଛନ୍ତି।
Comments are closed.