www.samajalive.in
Sunday, December 7, 2025
14.1 C
Bhubaneswar

ଫନି ପାଇଁ ଫ୍ରାନ୍ସରୁ ପ୍ରାର୍ଥନା

ଭୁବନେଶ୍ୱର : ଓଡ଼ିଶାରେ ବାତ୍ୟା ‘ଫନି’ର ତାଣ୍ଡବରେ ରାଜ୍ୟବାସୀଙ୍କ ଜୀବନକୁ ଅନ୍ଧକାର କରିବା ସହ ପର୍ଯ୍ୟଟନକୁ ୨୦ରୁ ୨୫ ବର୍ଷ ତଳକୁ ନେଇଯାଇଛି। ଏହାର ପୁର୍ନଉଦ୍ଧାର କରିବା ପାଇଁ ବିଶ୍ୱସ୍ତରରେ ସମବେଦନା ଆସୁଥିବା ଦେଖିବାକୁ ମିଳିଛି। ଏହି ତାଲିକାରେ ଫ୍ରାନ୍ସର ଏକ ଓଡ଼ିଶୀ ନୃତ୍ୟ ଶିଳ୍ପୀ ‘ମହିନା ଖାନୁମ’ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରିଛନ୍ତି। ସେ ଏହି ଭିଡିଓରେ କହିଛନ୍ତି, ‘ଓଡ଼ିଶାର ଫନି ବାତ୍ୟା ପୀଡିତଙ୍କ ସୁଖଦ ସ୍ୱାସ୍ଥ୍ୟ କାମନା କରୁଛି। ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ ସହାୟତା କରିବା ସହ ଅନ୍ୟମାନଙ୍କୁ ଏ ବିଷୟରେ ଜାଗୃତ କରିବା ଦରକାର’ ବୋଲି ସେ କହିଛନ୍ତି। ଏହି ଭିଡିଓରେ ମହିନାଙ୍କ ସମେତ ଅନ୍ୟ ବିଦେଶୀ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସମସ୍ତ ନୃତ୍ୟଶିଳ୍ପୀ ଶେଷରେ ସମସ୍ତେ ‘ବନ୍ଦେ ଉତ୍କଳ ଜନନୀ’ କହୁଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories