bjd gruha runa banner

ଓଡିଶାର ଜାଲିଆନାଓ୍ୱାଲା ବାଗ- ଆମକୋ ସିମକୋ

bjd  ek lkhya koti banner
0

ସୁନ୍ଦରଗଡ ଜିଲ୍ଲାରେ ଥିବା ଆମକୋସିମକୋକୁ ଓଡିଶାର ଜାଲିଆନାଓ୍ୱାଲା ବାଗ କୁହାଯାଏ।  ଇତିହାସରେ ଜାଲିଆନାଓ୍ୱାଲା ବାଗ ଠାରୁ ଏହାର ମହତ୍ତ୍ୱ କୌଣସି ଗୁଣରେ କମ ନୁହେଁ।  ୨୫ ଏପ୍ରିଲ ୧୯୩୯ରେ ଏଠାରେ  ୩୬ଟି ମୌଜାର ଆଦିବାସୀ ଲୋକ ବ୍ରିଟଶ ସରକାର ବିରୋଧରେ ଆନ୍ଦୋଳନ ପାଇଁ ସଭା କରୁଥିବା ବେଳେ ତାଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ବିଟ୍ରିଶ ସୈନିକଙ୍କ ଗୁଳିରେ ୪୯ ଜଣ ଆଦିବାସୀ ସହିଦ ହୋଇଥିଲେ। କିଛି ଲୋକ ଭୟରେ ଗାଁ ଛାଡି ଦେଇ ଜଙ୍ଗଲରେ ଲୁଚିଥିଲେ। ଏହାର ଆଖପାଖର ଗାଁ ସବୁ ଜନଶୂନ୍ୟ  ହୋଇଯାଇଥିଲା।

ବ୍ରିଟଶ ସରକାର କରିଥିବା ଆଇନ ଅନୁଯାୟୀ ଆଦିବାସୀଙ୍କ ଠାରୁ ଅଧିକ କର ଅସୁଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲ।  ଏମାନଙ୍କଠାରୁ ଖଣ୍ଟକୁଟିଂ ଅଧିକାର ସହ ପାରମ୍ପରିକ ଭାବେ ଜମି ଉପରେ ଦିଆଯାଇଥିବା ଅଧିକାରରୁ ଛଡାଇ ନିଆଯାଇଥିଲା। ଇନ୍ଦୁବିଳାସ ମୁଖାର୍ଜୀ ସେଟେଲମେଣ୍ଟ ଏହି ଖଣ୍ଟକୁଟିଂ ଅଧିକାର ଛିନ୍ନ କରିବା ସହ କରକୁ ବହୁତ ଗୁଣ ବଢାଇ ଦେଇଥିଲେ। ଏହାକୁ ବିରୋଧ କରି ଆଦିବାସୀ ନେତା  ନିର୍ମଳ ମୁଣ୍ଡା ସ୍ୱର ଉତ୍ତୋଳନ କରିଥିଲେ। ମୁଣ୍ଡାଙ୍କ ନେତୃତ୍ୱରେ ଏକକମିଟି ଗଠନ କରାଯାଇଥିଲା। ଛୋଟନାଗପୁର ଟେନାସି ଆକ୍ଟକୁ ବିରୋଧ କରି ତତକାଳୀନ ଭାଇସରାୟଙ୍କୁ ଏକ ପତ୍ର ଲେଖାଯାଇଥିଲା। ସେମାନେ ଭାଇସରୟଙ୍କୁ ଖଣ୍ଟକୁଣ୍ଟି ଅଧିକାର ଛିନ୍ନ ନ କରିବା, ବେଠି ପ୍ରଥାକୁ ଲୋପ କରିବା ଓ ଅଧିକ କର ଆଦାୟ ନ କରିବା ପାଇଁ ପତ୍ର ଲେଖିଥିଲେ। ଏହାକୁ  ନେଇ ସେଠାକାର ରାଜପରିବାର ଏମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଲୋକମାନଙ୍କୁ ସେତେବେଳେ ଏକ ଭୁଲ ସୂଚନା ଦିଆଯାଇଥିଲା। ଭାଇସରୟଙ୍କୁ ଯେଉଁ ପତ୍ର ଦିଆଯାଇଥିଲା ତାହାର ଉତ୍ତର ଆସିଯାଇଛି,  ସେତେବେଳର ରାଣୀ ଜାନକୀ ସେହି ଖବର ସମସ୍ତଙ୍କୁ ପଢି ଶୁଣାଇବା ପାଇଁ ଆସୁଛନ୍ତି ବୋଲି ପ୍ରଚାର କରାଯାଇଥିଲା। ଆଦିବାସୀମାନେ ଢେଲ ବଜାଇ ଖୁସୀ ହୋଇ ନିର୍ମଳ ମୁଣ୍ଡାଙ୍କ ଘର ନିକଟରେ ପହଞ୍ଚିଥଇଲେ। ସେତେବେଳେ ନିର୍ମଳ ମୁଣ୍ଡାଙ୍କ ଗାଁକୁ ଚାରିପଟୁ  ବ୍ରିଟଶ ପୋଲିସ ଓ ସୈନିକମାନେ ଘେରି ରହିଥିଲେ। ଆଦିବାସୀମାନେ ଏଥିରେ କିଛି ଅଘଟଣ ହେବ ବୋଲି ଅନୁମାନ କରି ନେଇଥିଲେ। ଏହି ସମୟରେ ବ୍ରିଟଶ ପଲିଟିକାଲ ଏଜେଣ୍ଟ ଜ୍ୟୋୟଫଟନ ବିଫ୍ରୋ , ନିର୍ମଳ ମୁଣ୍ଡାଙ୍କୁ ଖୋଜି ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ସେ ନିର୍ମଳଙ୍କ ନାଁକୁ ଡାକି ତାଙ୍କ ଘର ଭିତରେ ପଶୁଥିବା ବେଳେ ତାଙ୍କର ଟୋପି ଖସି ପଡିଥିଲା। ଏଥିରେ ସେ ଉତ୍ତକ୍ଷିପ୍ତ ହୋଇଯାଇଥିଲେ।  କ୍ରୋଧ ଜର୍ଜରିତ ହୋଇ ସେ ଗୁଳି ଚାଳନା ପାଇଁ ନିର୍ଦେଶ ଦେଇଥିଲେ। ତାଙ୍କ ନିର୍ଦେଶ ପରେ ଗୁଳି ଚାଳନା କରାଯାଇଥିଲା। ବ୍ରିଟଶ ଗୁଳିରେ ୪୯ ଜଣ ନୀରିହ ଆଦିବାସୀ ସେହିଠାରେ ଟଳି  ପଡିଥିଲେ। ଏଥିରେ ଶିଶୁଙ୍କ ଛାରୁ ଆରମ୍ଭ କରି ବୁଢା ,ମହିଳା ସାମିଲ ଥିଲେ। ଭୟରେ ଘଟଣାସ୍ଥଳ ଛାଡି ଯିଏ ଜୁଆଡେ ପାଇଲେ ଦଉଡି ପଳାଇଲେ। ବ୍ରିଟଶମାନେ ଶବ ଗୁଡିକୁ ବୋହି ନେଇ ଚୂନ ଭାଟିରେ ପକାଇ ପୋଡିବା ପାଇଁ ଚେଷ୍ଟା କରିଥିଲେ।ମାତ୍ର ଏଥିପାଇଁ ସେମାନଙ୍କୁ ଅନୁମତି ମିଳି ନ ଥିଲ।। ବାଧ୍ୟ ହୋଇ ବାମନବାରାର ଏକ ବଙ୍ଗଳାରେ ସମାଧି ଦିଆଯାଇଥିଲ।। ସବଠାରୁ ଦୁଃଖ ଓ ଆଶ୍ଚର୍ଯ୍ୟର କଥା ହେଉଛି ନିର୍ମଳମୁଣ୍ଡାଙ୍କୁ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ମିଳିଥିଲେ ମଧ୍ୟ ସହିଦ ହୋଇଥିବା ଅନ୍ୟମାନଙ୍କୁ ଏହି ମାନ୍ୟତା ମିଳିନି ।

Leave A Reply