ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା
ଚୌଦ୍ୱାର: ଚୌଦ୍ୱାର ବାଳିକା ଉଚ୍ଚ ବିଦ୍ୟାଳୟର ୩୬ତମ ବାର୍ଷିର୍କ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମମତା ମିଶ୍ରଙ୍କ ପୌରେହିତ୍ୟରେ ଆୟୋଜିତ ଏହି ଉତ୍ôସବରେ ପରିଚାଳନା କମିଟି ସଭାପତି ରାଜ କିଶୋର ସାମନ୍ତରାୟ, କାଉନସିଲର ଆଶୁତୋଷ ଦାସ, ନଗର ବିଜେଡ଼ି କାର୍ଯ୍ୟକାରୀ ସଭାପତି ବିମଳ କୁମାର ବେଉରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ୨ଦିନ ଧରି ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। କ୍ରୀଡ଼ା ଶିକ୍ଷକ ବିଜୟ କୁମାର ବାରିକ, ଶିକ୍ଷୟିତ୍ରୀ ମୃଣାଳିନୀ ତ୍ରିପାଠୀ, କବିତା ସ୍ୱାଇଁ, ନିଗାର ସୁଲତାନା, ଆଲୁମିନି ସଭାପତି ଭକ୍ତିମୟୀ କୁଅଁର, ଅନ୍ନପୂର୍ଣ୍ଣା ବାରିକ, ମୀନା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଚୌଦ୍ୱାର: ସ୍ଥାନୀୟ କଳିଙ୍ଗ ନୋଡ଼ାଲ ବିଦ୍ୟାପୀଠର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗୌତମ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଇମ୍ଫାର ସାଧାରଣ ପ୍ରଶାସକ ଜି. ସାରଦା ପ୍ରସାଦ ରାଓ, ଇଂ ସୁନୀଲ ଦାସ, କ୍ରୀଡ଼ାବିତ୍ ଦେବେନ୍ଦ୍ର ବେହେରା,କାଉନସିଲର ଆଶୁତୋଷ ଦାସ, ପରିଚାଳନା କମିଟି ସଭାପତି ଡ.ଜୟନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦୀର୍ଘ ୩ଦିନ ଧରି ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର କୃତିପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।ଚୌଦ୍ୱାର ଥାନା ଆଇଆଇସି ବିଶ୍ୱ ରଞ୍ଜନ ସାହୁ କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରିଥିଲେ। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଦ୍ୟାଳୟର ୩୯୦ଜଣ ଛାତ୍ରଛାତ୍ରୀଅଂଶ ଗ୍ରହଣ କରିଥିଲେ।କ୍ରୀଡ଼ା ଶିକ୍ଷୟତ୍ରୀ ହିମାନୀ ଦାଶଙ୍କ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆଠଗଡ଼: ସେଣ୍ଟ ଜାଭିୟର୍ସ ହାଇସ୍କୁଲ ସମୁହର ଏକ ଦୁଇ ଦିନିଆ ୧୦ମ କ୍ରୀଡା ଉତ୍ସବ ଶୁକ୍ରବାର ଆଠଗଡ଼ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ଆଠଗଡ଼ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଏହି କ୍ରୀଡା ଉତ୍ସବରେ ଓଡ଼ିଶା ଓ ଅନ୍ୟ ରାଜ୍ୟକୁ ମିଶାଇ ମୋଟ ୨୯ଟି ସେଣ୍ଟ ଜାଭିୟର୍ସ ହାଇସ୍କୁଲର ୫୪୦ ଛାତ୍ରଛାତ୍ରୀ ଏହି ଦୁଇଦିନିଆ କ୍ରୀଡା ଉତ୍ସବରେ ଯୋଗଦେଇ ବିଭିନ୍ନ ଖେଳକୁଦରେ ଅଂଶଗ୍ରହଣ କରିଛନ୍ତି। ଆଠଗଡ଼ ଷ୍ଟାଡିୟମରେ ଜାଭିୟର୍ସ ଗୃପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ ଜି ଶ୍ରୀନିବାସ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏଥିରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଶିକ୍ଷା ସହିତ କ୍ରୀଡାର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶା ଏବେ ଦେଶରେ କ୍ରୀଡା ଓ ଶିକ୍ଷାର ହବ୍ ପାଲଟିଛି ଏବଂ ରାଜ୍ୟ ସରକାର ଏଥିପାଇଁ ସର୍ବାଧିକ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଜାଭିୟର୍ସ ଗୃପର ନିର୍ଦ୍ଦେଶକ ଡଃ ପ୍ରଭୁଚରଣ ମହାନ୍ତି, ମୁଖ୍ୟ ପ୍ରଶାସକ ଡଃ ଜି ଏସ ପଣ୍ଡା, ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ମୁକେଶ ସରାଫ, ଟ୍ରଷ୍ଟି ସତ୍ୟମ୍ ସରାଫ, ସହକାରୀ ନିର୍ଦ୍ଦେଶକ ଲେଖାଶ୍ରୀ ପଟ୍ଟନାୟକ, ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଏହି କ୍ରୀଡା ଉତ୍ସବରେ ୨୯ଟି ଯାକ ଜାଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷ ଓ କ୍ରୀଡା ଶିକ୍ଷକମାନେ ଯୋଗଦେଇ ଏହି ଉତ୍ସବ ଓ ପ୍ରତିଯୋଗିତା ଗୁଡିକ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.